ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ନେଇ ଦେଶରେ ଏବେ ହାହାକାର ସ୍ଥିତି । ଏଭଳି ସ୍ଥିତିରେ ଭାରତରେ ଆଉ ଏକ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଯାହାକୁ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗ ବୋଲି କୁହାଯାଉଛି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି । କରୋନାର ପ୍ରଥମ ଲହର ବେଳେ ବି ବ୍ଲାକ ଫଙ୍ଗସ୍ ମାମଲା ସାମନାକୁ ଆସିଥିଲା । ଏହି କାରଣରୁ ବହୁ ଲୋକଙ୍କ ଜୀବନ ବି ଯାଇଥିଲା ।
ମ୍ୟୁକରମାଇକୋସିସ୍ କ’ଣ ?
ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ ଇଏଣ୍ଟଟି ଡାକ୍ତର ମନୀଷ ମୁଞ୍ଜାଳ କହିଚନ୍ତି, ଗତ ସପ୍ତାହେ ଭିତରେ ୬ଟି ମ୍ୟୁରପମାଇକୋସିସ୍ କେସ୍ ଆସିଛି । ବ୍ଲକ ଫଙ୍ଗସରେ ସଂକ୍ରମିତ ହେଲେ ରୋଗୀ ଦୃଷ୍ଟିଶକ୍ତି ହରାଇ ବସୁଛନ୍ତି । ବିଶେଷ କରି କରୋନାରୁ ସୁସ୍ଥ ହେଉଥିବା ଅବସ୍ଥାରେ ଏହି ଫଙ୍ଗଲ ଇନଫେକସନ୍ ହେଉଛି । ଜଣେ କରୋନା ଆକ୍ରାନ୍ତଙ୍କ ଆଖି, ନାକ, ଗଳା ଓ ମସ୍ତିସ୍କକୁ ସଂକ୍ରମିତ କରୁଛି । କରୋନାରୁ ସୁସ୍ଥ ହେବା ପରେ ବି ଏଥିରେ ସଂକ୍ରମିତ ହେଉଛନ୍ତି ।

କେଉଁମାନଙ୍କୁ ହେଉଛି ବ୍ଲାକ ଫଙ୍ଗସ ?
ବିଶେଷ କରି ମଧୁମେହ, କିଡନୀ, କ୍ୟାନସର କିମ୍ବା ହୃଦରୋଗରେ ପୀଡ଼ିତଙ୍କୁ ବ୍ଲାକ ଫଙ୍ଗସ ହେବାର ଅଧିକ ସମ୍ଭାବନା । ବିଶେଷଜ୍ଞଙ୍କ ମତରେ କୋଭିଡ୍ ଚିକିତ୍ସା ବେଳେ ଅଧିକ ପରିମାଣର ଷ୍ଟିରଏଡ୍ ଦେବା ଫଙ୍ଗଲ ଇନଫେକସନର ଏକ କାରଣ ହୋଇପାରେ । ଏହା ଏକ ପ୍ରାଣଘାତୀ ସଂକ୍ରମଣ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବାରୁ ମ୍ୟୁକାରମାଇକୋସିସ୍ ହେଉଛି ।
ଶରୀରରେ କେମିତି ପ୍ରବେଶ କଲେ ?
ବିଶେଷଜ୍ଞଙ୍କ ମତରେ ବ୍ଲାକ ଫଙ୍ଗସ ବାୟୁରେ ଥାଏ । ନାକ ଦେଇ ଶରୀରରେ ପ୍ରବେଶ କରେ । ମସ୍ତିସ୍କକୁ ଶୀଘ୍ର ପହଞ୍ଚିଯାଏ । ଏଥିରେ ମୃତ୍ୟୁହାର ୫୦ ପ୍ରତିଶତ ।

ବ୍ଲାକ ଫଙ୍ଗସ ସଂକ୍ରମଣର ଲକ୍ଷଣ
– ନାକ ଭିତର ଶୁଖିଯିବା ଭଳି ଲାଗିବା
– ନାକ ଭିତରେ କଳା ଓ ବାଦାମୀ ରଙ୍ଗର ଘା’ ହେବା
– ନାକ ବନ୍ଦ ହୋଇଯିବା
– ଆଖି ଫୁଲିଯିବା
– ଆଖିର ରଙ୍ଗ ଲାଲ ପଡ଼ିଯିବା
– ଆଖିକୁ ଝାପସା ଦେଖାଯିବା
– ମୁଣ୍ଡ ବିନ୍ଧା, ସାଇନସ୍ ସମସ୍ୟା

କେମିତି କରିବେ ଚିକିତ୍ସା ?
କରୋନା ଆକ୍ରାନ୍ତ ବ୍ଲାକ ଫଙ୍ଗସ ସଂକ୍ରମିତ ହୋଇଛନ୍ତି ବୋଲି ପ୍ରଥମେ ଡାକ୍ତର ନିଶ୍ଚିତ ହେବେ । ବହୁଦିନ ହସ୍ପିଟାଲରେ ରହିବେ ଆକ୍ରାନ୍ତ । ଆଇସିୟୁ ଓ ଭେଣ୍ଟିଲେଟର ଆବଶ୍ୟକ । ରୋଗୀଙ୍କୁ କଡ଼ା ଆଣ୍ଟି ଫଙ୍ଗସ ମେଡିସିନ୍ ଦିଆଯାଏ । କିନ୍ତୁ ସେଥିରେ ଯେ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବା ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ । ମେଡିସିନରେ ଭଲ ନହେଲେ ଶରୀରର ସଂକ୍ରମିତ ହୋଇଥିବା ଅଂଶକୁ କାଟି ବାହାର କରିବାକୁ ହେବ ।
BREAKING NEWS
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର

Comments are closed.