Latest Odisha News

BREAKING NEWS

କରୋନା ଆତଙ୍କ ଭିତରେ ‘ବ୍ଲାକ ଫଙ୍ଗସ୍’ ସଂକ୍ରମଣ ଚିନ୍ତା, କ’ଣ ଏହି ନୂଆ ରୋଗ ?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ନେଇ ଦେଶରେ ଏବେ ହାହାକାର ସ୍ଥିତି । ଏଭଳି ସ୍ଥିତିରେ ଭାରତରେ ଆଉ ଏକ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଯାହାକୁ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗ ବୋଲି କୁହାଯାଉଛି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି । କରୋନାର ପ୍ରଥମ ଲହର ବେଳେ ବି ବ୍ଲାକ ଫଙ୍ଗସ୍ ମାମଲା ସାମନାକୁ ଆସିଥିଲା । ଏହି କାରଣରୁ ବହୁ ଲୋକଙ୍କ ଜୀବନ ବି ଯାଇଥିଲା ।
ମ୍ୟୁକରମାଇକୋସିସ୍ କ’ଣ ? 
ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ ଇଏଣ୍ଟଟି ଡାକ୍ତର ମନୀଷ ମୁଞ୍ଜାଳ କହିଚନ୍ତି, ଗତ ସପ୍ତାହେ ଭିତରେ ୬ଟି ମ୍ୟୁରପମାଇକୋସିସ୍ କେସ୍ ଆସିଛି । ବ୍ଲକ ଫଙ୍ଗସରେ ସଂକ୍ରମିତ ହେଲେ ରୋଗୀ ଦୃଷ୍ଟିଶକ୍ତି ହରାଇ ବସୁଛନ୍ତି । ବିଶେଷ କରି କରୋନାରୁ ସୁସ୍ଥ ହେଉଥିବା ଅବସ୍ଥାରେ ଏହି ଫଙ୍ଗଲ ଇନଫେକସନ୍ ହେଉଛି । ଜଣେ କରୋନା ଆକ୍ରାନ୍ତଙ୍କ ଆଖି, ନାକ, ଗଳା ଓ ମସ୍ତିସ୍କକୁ ସଂକ୍ରମିତ କରୁଛି । କରୋନାରୁ ସୁସ୍ଥ ହେବା ପରେ ବି ଏଥିରେ ସଂକ୍ରମିତ ହେଉଛନ୍ତି ।

କେଉଁମାନଙ୍କୁ ହେଉଛି ବ୍ଲାକ ଫଙ୍ଗସ ?
ବିଶେଷ କରି ମଧୁମେହ, କିଡନୀ, କ୍ୟାନସର କିମ୍ବା ହୃଦରୋଗରେ ପୀଡ଼ିତଙ୍କୁ ବ୍ଲାକ ଫଙ୍ଗସ ହେବାର ଅଧିକ ସମ୍ଭାବନା । ବିଶେଷଜ୍ଞଙ୍କ ମତରେ କୋଭିଡ୍ ଚିକିତ୍ସା ବେଳେ ଅଧିକ ପରିମାଣର ଷ୍ଟିରଏଡ୍ ଦେବା ଫଙ୍ଗଲ ଇନଫେକସନର ଏକ କାରଣ ହୋଇପାରେ । ଏହା ଏକ ପ୍ରାଣଘାତୀ ସଂକ୍ରମଣ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବାରୁ ମ୍ୟୁକାରମାଇକୋସିସ୍ ହେଉଛି ।
ଶରୀରରେ କେମିତି ପ୍ରବେଶ କଲେ ?
ବିଶେଷଜ୍ଞଙ୍କ ମତରେ ବ୍ଲାକ ଫଙ୍ଗସ ବାୟୁରେ ଥାଏ । ନାକ ଦେଇ ଶରୀରରେ ପ୍ରବେଶ କରେ । ମସ୍ତିସ୍କକୁ ଶୀଘ୍ର ପହଞ୍ଚିଯାଏ । ଏଥିରେ ମୃତ୍ୟୁହାର ୫୦ ପ୍ରତିଶତ ।

ବ୍ଲାକ ଫଙ୍ଗସ ସଂକ୍ରମଣର ଲକ୍ଷଣ
– ନାକ ଭିତର ଶୁଖିଯିବା ଭଳି ଲାଗିବା
– ନାକ ଭିତରେ କଳା ଓ ବାଦାମୀ ରଙ୍ଗର ଘା’ ହେବା
– ନାକ ବନ୍ଦ ହୋଇଯିବା
– ଆଖି ଫୁଲିଯିବା
– ଆଖିର ରଙ୍ଗ ଲାଲ ପଡ଼ିଯିବା
– ଆଖିକୁ ଝାପସା ଦେଖାଯିବା
– ମୁଣ୍ଡ ବିନ୍ଧା, ସାଇନସ୍ ସମସ୍ୟା

କେମିତି କରିବେ ଚିକିତ୍ସା ?
କରୋନା ଆକ୍ରାନ୍ତ ବ୍ଲାକ ଫଙ୍ଗସ ସଂକ୍ରମିତ ହୋଇଛନ୍ତି ବୋଲି ପ୍ରଥମେ ଡାକ୍ତର ନିଶ୍ଚିତ ହେବେ । ବହୁଦିନ ହସ୍ପିଟାଲରେ ରହିବେ ଆକ୍ରାନ୍ତ । ଆଇସିୟୁ ଓ ଭେଣ୍ଟିଲେଟର ଆବଶ୍ୟକ । ରୋଗୀଙ୍କୁ କଡ଼ା ଆଣ୍ଟି ଫଙ୍ଗସ ମେଡିସିନ୍ ଦିଆଯାଏ । କିନ୍ତୁ ସେଥିରେ ଯେ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବା ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ । ମେଡିସିନରେ ଭଲ ନହେଲେ ଶରୀରର ସଂକ୍ରମିତ ହୋଇଥିବା ଅଂଶକୁ କାଟି ବାହାର କରିବାକୁ ହେବ ।

Leave A Reply

Your email address will not be published.