Latest Odisha News

ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ମୋଏ ମୋଏ କେଉଁଠାରୁ ଆସିଛି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମୋଏ ମୋଏ ଗୀତ । ଶଟ୍ସ ଓ ରିଲ୍ସ କରୁଥିବା ଯୁବପିଢ଼ୀଙ୍କ ଏହା ଏବେ ଏକ ନମ୍ବର ଚାହିଦାରେ ରହିଛି । ତେବେ ଏହି ମୋଏ ମୋଏ ଆସିଛି କେଉଁଠାରୁ ଏବଂ ଏହାର ଅର୍ଥ କଣ ତାହା ଆସନ୍ତୁ ଜାଣିବା । ସର୍ବିୟାର ତେୟା ଡୋରା ଆଲବମ ଡଜାନାମରେ ଏହି ଗୀତ ଗାଇଥିବା ବେଳେ ର‌୍ୟାପର ସ୍ଲାବୋଦାନ ଭେଲକିଭିକ ଲେଖିଥିଲେ । ବର୍ତମାନ ସୁଦ୍ଧା ଏହି ଭିଡିଓକୁ ୟୁଟ୍ୟୁବରେ ୫୭ ମିଲିୟନ ଲୋକ ଦେଖି ସାରିଛନ୍ତି । ଏହି ଦୁଃଖଭରା ଗୀତକୁ ନେଇ ଲକ୍ଷ ଲକ୍ଷ ଫନି ରିଲ୍ସ ଓ ମୀମ୍ସ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି । ପ୍ରକୃତରେ ତେୟା ଏହି ଶବ୍ଦକୁ ସମ୍ପୂର୍ଣ୍ଣ ଗୀତରେ ବ୍ୟବହାର କରି ନାହାନ୍ତି ।

ସେ ମୋଜେ ମୋର ଶବ୍ଦ ଉଚ୍ଚାରଣ କରିଛନ୍ତି । ଗୁଗଲ ଟ୍ରାନ୍ସଲେଟର ଅନୁସାରେ ଏହାର ଅର୍ଥ ମୋ ସମୂଦ୍ର । ଏହି ଦୁଃଖଭରା ଗୀତର ପ୍ରକୃତ ଅର୍ଥ ନ ବୁଝି ଅନେକ ଏହାର ଫନୀ ରିଲ୍ସ ପ୍ରସ୍ତୁତ କରିଛନ୍ତି । ଏହାର ମ୍ୟୁଜିକ ସମସ୍ତଙ୍କୁ ଆକୃଷ୍ଟ କରିଛି । ବିଶ୍ୱର ଅଧିକାଂଶ ସ୍ଥାନରେ ଅର୍ଥ ନ ବୁଝିଲେ ମଧ୍ୟ ଗୀତକୁ ପସନ୍ଦ କରାଯାଉଛି ।

Comments are closed.