ନୂଆଦିଲ୍ଲୀ : କରୋନା ଭାଇରସର ଏକ ଭାରିଆଣ୍ଟ ଓମିକ୍ରନ । ଏହାର ଅନେକ ସବଭାରିଆଣ୍ଟ ଦେଖାଯାଇଛି । ଯେପରି BA.1, BA.2, BA.5 ଇତ୍ୟାଦି । ସେହିପରି ଓମିକ୍ରନର ଲାଟେଷ୍ଟ ସବ୍ ଭାରିଆଣ୍ଟ ହେଉଛି BA.5.2.1.7 ଯାହାକୁ ସଂକ୍ଷେପରେ BF.7 କୁହାଯାଉଛି ।
BF.7 ଭାରିଆଣ୍ଟ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନରେ ଏକ ଖାସ୍ ମ୍ୟୁଟେସନ୍ ରୁ ତିଆରି । ଯାହାର ନାଁ R346T । ବିଶେଷଜ୍ଞଙ୍କ କହିବାନୁସାରେ, ଏହି ମ୍ୟୁଟେସନ ପାଇଁ ଏହି ଭାରିଆଣ୍ଟ ଉପରେ ଆଣ୍ଟିବଡି କାମ କରୁନାହିଁ ।
ସରଳରେ କହିବାକୁ ଗଲେ, ଯଦି କୌଣସି ବ୍ୟକ୍ତି ପୂର୍ବରୁ କରେନା ହୋଇସାରିଛି କିମ୍ୱା ସେ ଟିକା ନେଇଛନ୍ତି, ତେବେ ତାଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇସାରିଥାଏ । BF.7 ଭାରିଆଣ୍ଟ ଏହି ଆଣ୍ଟିବଡିକୁ ବି ଚକମା ଦେଇ ଶରୀରରେ ପ୍ରବେଶ କରିବାରେ ସକ୍ଷମ ଅଟେ ।
କରୋନା ଭାଇରସ୍ ର ବିଭିନ୍ନ ଭାରିଆଣ୍ଟ
୨୦୧୯ – ଚୀନରୁ ଉତ୍ପତ୍ତି କରୋନାର ପ୍ରକୃତ ଭାଇରସ୍
୨୦୨୦ – ବ୍ରିଟେନରେ ଆଲଫା ଭାରିଆଣ୍ଟ ଠାବ
୨୦୨୧ – ସାଉଥ ଆଫ୍ରିକାରେ ବିଟା ଭାରିଆଣ୍ଟ ଚିହ୍ନଟ
୨୦୨୧ – ବ୍ରାଜିଲରୁ ମିଳିଲା ଗାମା ଭାରିଆଣ୍ଟ
୨୦୨୧ – ଭାରତରେ ଡେଲଟା ଭାରିଆଣ୍ଟ ଟିହ୍ନଟୀକରଣ
୨୦୨୨ – ଚୀନରେ ଓମିକ୍ରନ BF.7 ଭାରିଆଣ୍ଟ ଠାବ
Comments are closed.