Latest Odisha News

BREAKING NEWS

ଅଟକିବନି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନାନା ପଦକ୍ଷେପ ନେଉଛନ୍ତି । ଘନ ଘନ ବୈଠକ ବସୁଛି । ଚେତାବନୀ ଓ ପରାମର୍ଶ ଜାରି ହେଉଛି । ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ନିବେଦନ କରିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ଏଥିପାଇଁ ସଫା ମନା କରିଛନ୍ତି ।

ହରିଆଣାର ଏକ ରାଲିରେ ଥାଇ ସେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଉତ୍ତର ରଖିଛନ୍ତି । କଂଗ୍ରେସ ରାଲି ଅଟକାଇବାକୁ କେନ୍ଦ୍ର ସରକାର ଏକ ନୂଆ ଫର୍ମୂଲା ବାହାର କରିଛନ୍ତି । କୋଭିଡ୍ ବ୍ୟାପୁଛି, ମାସ୍କ ଲଗାଅ ବୋଲି ମୋତେ ଚିଠି ଦେଇଛନ୍ତି ସରକାର । ରାଲି ରୋକିବାକୁ ଏସବୁ ଚାଲ୍ । ଏହା ସହିତ ସେ କହିଛନ୍ତି, ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଯିବ । ସେପଟେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ବୈଠକ କରିବେ । ତେଣୁ କୋଭିଡ୍ ରୋକିବାକୁ ନୂଆ ଗାଇଡଲାଇନ୍ ଆସିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.