Latest Odisha News

BREAKING NEWS

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଜି ବୈଠକ କରିବେ ମନସୁଖ ମାଣ୍ଡଭିୟ

ଭାରତ ବାୟୋଟେକ୍ ଆଣିବା ନୋଜାଲ ଭ୍ୟାକ୍ସିନ, ଭାରତରେ ଲକଡାଉନ ଆବଶ୍ୟକତା ନାହିଁ : IMA

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଆଶଙ୍କା । କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବୈଠକ ଓ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଟିଂ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିସି ଜରିଆରେ ବୈଠକ କରିବେ ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ସେ କୋଭିଡ୍ କୁ ନେଇ ଆଲୋଚନା କରିବେ । କୋଭିଡ୍ ମୁକାବିଲା ପାଇଁ ହେବ ନୂଆ ରଣନୀତି । ତେଣୁ ନୂଆ ଗାଇଡଲାଇନ୍ ଜାରି ହେବାର ସମ୍ଭାବନା ରହିଛି । ଅପରାହ୍ନ ୩ଟାରେ ଏହି ବୈଠକ ହେବ ।
ଭାରତରେ କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA)ର ଡାକ୍ତର ଅନୀଲ ଗୋୟଲ । ସେ କହିଛନ୍ତିଯେ ଭାରତରେ ଲକଡାଉନ ଆବଶ୍ୟକତା ନାହିଁ । IMA ଅନୁସାରେ, ଚୀନ ତୁଳନାରେ ଭାରତର ଲୋକଙ୍କ ଇମ୍ୟୁନିଟୀ ପାଓ୍ୱାର ଅଧିକ । ଭାରତର ୯୫% ଜନସଂଖ୍ୟା ଠାରେ କରୋନା ନିରୋଧୀ ଇମ୍ୟୁନିଟି ସୃଷ୍ଟି ହୋଇଛି । ଏପରିସ୍ଥିତିରେ ଲକଡାଉନ୍ ହେବନାହିଁ ।

ଦେଶରେ ୮୧ ଲକ୍ଷ ଟୀକା ଡୋଜ୍ ଷ୍ଟକ ରହିଛି । ୧୮ବର୍ଷରୁ ଅଧିକ ୨୨.୩୪ କୋଟି (୨୭%) ଙ୍କ ଠାରେ ବୁଷ୍ଟର ଡୋଜ୍ ଲାଗିଛି । ବୁଷ୍ଟର ଡୋଜ୍ ନେବା ସଂଖ୍ୟା ୩୧ହଜାରରୁ ୩୯ ହଜାରକୁ ବଢିଛି । ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲୋକଙ୍କ ସଂଖ୍ୟା ବଢିଛି । ୨୧ ତାରିଖରେ ୧.୧୭ ଲକ୍ଷ ନମୂନା ଯାଞ୍ଚ ହୋଇଛି ।

ଆସିବ ନୋଜାଲ୍ ଭ୍ୟାକ୍ସିନ

ଭାରତ ବାୟୋଟେକ୍ ଆଣିବା ନୋଜାଲ ଭ୍ୟାକ୍ସିନ । ଯାହା ଏକ ବୁଷ୍ଟର ଡୋଜ୍ ହେବ । ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରୀ ମିଳିବାକୁ ଥିବା ଏହା ତୃତୀୟ ଭ୍ୟାକ୍ସିନ ହେବ । ଏହି ନୋଜାଲ ଭ୍ୟାକ୍ସିନର ମଞ୍ଜୁରୀ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବା ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.