Latest Odisha News

BREAKING NEWS

କିଏ ହେବେ ଗଣତନ୍ତ୍ର ଦିବସରେ ଆମନ୍ତ୍ରିତ ଅତିଥି ? କେମିତି କରାଯାଏ ଚୟନ ?

ନୂଆଦିଲ୍ଲୀ:୨ ବର୍ଷର କୋଭିଡ କଟକଣା ପରେ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ । ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିସରର ରାଷ୍ଟ୍ରପତି ଅବଦେହ ଫତେହ ଅଲ ସିସି । ଭାରତର ଆମନ୍ତ୍ରଣକୁ ସେ ସ୍ୱୀକାର କରିଛନ୍ତି । ପ୍ରଥମେ ସେ ମିଶରର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟ ଥିଲେ ।

ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଅତିଥିଙ୍କୁ ଆମନ୍ତ୍ରଣ କରାଯିବା  ଭାରତର ଏକ ପରମ୍ପରା । ଏହି ଅବସରରେ  ଅତିଥିଙ୍କୁ ବିଶେଷ ସମ୍ମାନ ଦିଆାଯିବା ସହ ସତ୍କାର  କରାଯାଏ  ଏବଂ ବିଶେଷ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଏ  । ତେବେ ମୁଖ୍ୟ ଅତିଥି ଭାବେ କାହାକୁ ଆମନ୍ତ୍ରଣ କରାଯିବ ? କିଏ ଆମନ୍ତ୍ରଣ କରିବ ? ଅତିଥିଙ୍କ ତାଲିକା କେମିତି ପ୍ରସ୍ତୁତ କରାଯାଏ ଓ କିଏ କରେ  ? ଏ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ।  ଆସନ୍ତୁ ଜାଣିବା ଏହି ପ୍ରକ୍ରିୟା ସମ୍ପର୍କରେ ।

କିଏ ହେବେ ଅତିଥି – ଏହାକୁ ବାଛିବାର ପ୍ରକ୍ରିୟା ବେଶ ଲମ୍ବା  । ପ୍ରାୟ ୬ ମାସର ପ୍ରକ୍ରିୟା  ।  ଗଣତନ୍ତ୍ର ଦିବସର ୬ ମାସ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ । କେଉଁମାନଙ୍କୁ ଆମନ୍ତ୍ରିତ କରାଯିବ, କାହା ପାଖକୁ ନିମନ୍ତ୍ରଣ ପତ୍ର ପଠାଯିବ, ଉତ୍ତର ଆସିବା ପରେ ତାଙ୍କର ରହିବା, ରାଜକୀୟ ସମ୍ମାନର ସହ ଚର୍ଚ୍ଚା କରିବା, ଗଣତନ୍ତ୍ର ଦିବସରେ ଗାର୍ଡ ଅଫ ଅନର ଦେବା, ତାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିବା ଇତ୍ୟାଦି ଏହି ପ୍ରକ୍ରିୟାରେ ସାମଲ ରହିଛି ।

ତେବେ ମୁଖ୍ୟ ଅତିଥି କାହାକୁ ବାଛିବେ ତାହାକୁ ଭାବିଚିନ୍ତି ସ୍ଥିର କରାଯାଇଥାଏ । ତାଙ୍କ ପାଖକୁ ଆମନ୍ତ୍ରଣ ପତ୍ର ପଠାଯିବା ପୂର୍ବରୁ ଅନେକ ଦିଗ ପ୍ରତି ଦୃଷ୍ଟି ଦିଆଯାଇଥାଏ`

ପ୍ରଥମତଃ ଆମନ୍ତ୍ରିତ ଦେଶ ସହ ଭାରତର ସମ୍ପର୍କ କିପରି ଅଛି । ଏହି ଆମନ୍ତ୍ରଣ  ଦୁଇ ଦେଶ ମଧ୍ୟରେ ଥିବା ଉତ୍ତମ ସଂପର୍କକୁ ବୁଝାଉଛି ନା ଉକ୍ତ ଦେଶ ପ୍ରତି ବନ୍ଧୁତାର ହାତ ବଢାଉଛି ? ଆମନ୍ତ୍ରଣ ପୂର୍ବରୁ ଏସବୁ ଦିଗକୁ ବିଚାର କରାଯାଇଥାଏ ।

୨ୟରେ ଆମନ୍ତ୍ରିତ ଅତିଥିଙ୍କ ଦେଶର ଭାରତ କି ପ୍ରକାର ରାଜନୈତିକି, ବ୍ୟବସାୟିକ, ସୈନ୍ୟ, ଆାର୍ଥିକ ତଥା ଅନ୍ୟ ଦିଗରେ କି ପ୍ରଭାବ ରହିଛି ଏବଂ ରହିବ ଏହାକୁ ମଧ୍ୟ ଦୃଷ୍ଟିରେ ରଖି ବଚାର କରାଯାଇଥାଏ । ଉକ୍ତ ଅତିଥିଙ୍କୁ ଆମନ୍ତ୍ରିତ କଲେ ଭାରତ ସହ ଅନ୍ୟ କୌଣସି ଦେଶର ସମ୍ପର୍କ ଖରାପ ହେବନି ତ ? ଏହାକୁ ମଧ୍ୟ ବିଚାରକୁ ନିଆଯାଇଥାଏ । ଯାହା ବି ହେଉ, ଗଣତନ୍ତ୍ର ଦିବସରେ ଅନ୍ୟ ଦେଶର ପ୍ରମୁଖ ନେତୃବୃନ୍ଦଙ୍କୁ ଆମନ୍ତ୍ରିତ କରିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ସଂପର୍କ ବଢାଇବା ଲାଗି ବିଦେଶ ମନ୍ତ୍ରାଳୟକୁ ସୁଯୋଗ ମିଳିଥାଏ ।

Leave A Reply

Your email address will not be published.