Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମକାରୀଙ୍କଠାରୁ ବଞ୍ଚାଇବା ବଦଳରେ ସେହି ଦୁଷ୍କର୍ମରେ ସାମିଲ ହୋଇଗଲେ ପ୍ରଧାନଶିକ୍ଷକ

ନୂଆଦିଲ୍ଲୀ : ବିହାରର କୈମୁର ଗାଁରେ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି  । ୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ । ନାବାଳିକା ଜଣକ ଶୌଚ ହେବାକୁ ଯାଉଥିବା ବେଳେ ୪ ଜଣ ଯୁବକ ଅପହରଣ କରି ଦୁଷ୍କର୍ମ କରିଛନ୍ତି । ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ଦେଖି ସେହି ଦୁଷ୍କର୍ମରେ ସାମିଲ ହୋଇଥିଲେ ଜଣେ ପ୍ରଧାନଶିକ୍ଷକ  ।

ପୋଲିସ କହିବା ମୁତାବକ, ନାବାଳିକା ଜଣକ ଶୌଚ ପାଇଁ ଗାଁ ନିକଟକୁ ଯାଉଥିବା ବେଳେ ୪ ଜଣ ଯୁବକ ତାଙ୍କୁ ଅପହରଣ କରି ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ । ତା’ପରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଯୁବକମାନେ ଠିଆ ହୋଇ ଦେଖୁଥିଲେ । ଚାରି ଜଣ ପୁଅ ନାବାଳିକାଙ୍କୁ ଜବରଦସ୍ତି ଉଠାଇ ନେଉଥିବାର ଦେଖି ଅନୁସରଣ କରିଥିଲେ ପ୍ରଧାନଶିକ୍ଷକ  । ଦୁଷ୍କର୍ମ କରିବା ପରେ ଯୁବକ ମାନେ ପ୍ରଧାନଶିକ୍ଷକଙ୍କୁ ଦେଖି ସେଠାରୁ ପଳାଇ ଯାଇଥିଲେ । ପୀଡିତା ଜଣଙ୍କ ପୋଲିସକୁ କହିଛି ଯେ ସେ ଭାବିଥିଲେ ପ୍ରଧାନଶିକ୍ଷକ ତାଙ୍କୁ ବଞ୍ଚାଇବେ, କିନ୍ତୁ ସେ ବଞ୍ଚାଇବା ପରିବର୍ତ୍ତେ ଦୁଷ୍କର୍ମ କରି ଆବଦ୍ଧ ବୁଦା ଭିତରେ ଛାଡ଼ି ପଳାଇ ଯାଇଥିଲେ । ତେବେ ଅଭିଯୁକ୍ତ ଜଣକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭାସ୍କର ବୋଲି ଜଣାପଡିଛି ।

ଏନେଇ ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରଖିଛି । ଏଥିସହ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ତେବେ ଖୁବ୍ ଶୀଘ୍ର ଫେରାର ଥିବା ଅଭିଯୁକ୍ତଙ୍କୁ ଖୋଜି ଆଣିବା ସହ କୋର୍ଟରେ ହାଜର କରିବେ ବୋଲି ଡିଏସପି ସୁନିଲ କୁମାର କହିଛନ୍ତି  ।

 

Leave A Reply

Your email address will not be published.