ଅମୃତଭଣ୍ଡା ଏକ ଫଳ ଯାହା ଗ୍ରୀଷ୍ମ ଏବଂ ଶୀତ ଉଭୟ ସମୟରେ ଲୋକଙ୍କ ପ୍ରିୟ ଖାଦ୍ୟ ବୋଲି ବିବେଚନା କରାଯାଏ। ଏହାର ପୁଷ୍ଟିକର ତତ୍ତ୍ୱ କେବଳ ଆପଣଙ୍କ ପେଟକୁ ଆରାମ ଦିଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଏହାକୁ ଖାଇବାର ସଠିକ୍ ସମୟ କ’ଣ? ଏହି ପ୍ରଶ୍ନ ବହୁତଙ୍କ ମନରେ ରହିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ଅମୃତଭଣ୍ଡା କେତେବେଳେ ଖାଇବା ଉଚିତ, ଯାହା ଦ୍ୱାରା ଆପଣ ଏହି ଫଳର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ।
ଅମୃତଭଣ୍ଡା ଖାଇବାର ସଠିକ୍ ସମୟ କଣ?
ସକାଳେ ଜଳଖିଆରେ ଆପଣ ପାଚିଲା ଅମୃତଭଣ୍ଡା ଖାଇପାରିବେ। କାରଣ ଏହି ସମୟରେ ଏହାକୁ ସେବନ କଲେ ସହଜରେ ଫଳିଟି ହଜମ ହୋଇଥାଏ। କିନ୍ତୁ ଯେତେବେଳେ ଆପଣ ଏହାକୁ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ଖାଆନ୍ତି, ଏହା ଆପଣଙ୍କ ପାଚନ ତନ୍ତ୍ରକୁ ଖରାପ କରିପାରେ।
ଅମୃତଭଣ୍ଡା ଖାଇବାର ଲାଭ
ଫାଇବରରେ ଭରପୂର ଅମୃତଭଣ୍ଡା ଆପଣଙ୍କ ପେଟକୁ ସୁସ୍ଥ ରଖେ ଏବଂ ଆପଣଙ୍କୁ ଶକ୍ତିଶାଳୀ କରିଥାଏ। ଆପଣଙ୍କ ପାଚନକ୍ରିୟାକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସିଝା ଅମୃତଭଣ୍ଡା ମଧ୍ୟ ଖାଇପାରିବେ। ଏହି ଫଳ ଖାଇବା ଦ୍ୱାରା ଆପଣଙ୍କ ନିଦ ମଧ୍ୟ ଉନ୍ନତ ହେବ। ଏହାସହ ଗ୍ୟାସ ଏବଂ ପେଟ ଫୁଲିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଅମୃତଭଣ୍ଡାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ, ଯାହା ତ୍ୱଚାକୁ ଉଜ୍ଜ୍ୱଳ ଏବଂ ସୁସ୍ଥ ରଖିଥାଏ। ଏହି ଫଳଟି କମ୍ କ୍ୟାଲୋରୀ ଏବଂ ଫାଇବରରେ ଭରପୂର। ତେଣୁ ଏହା ଓଜନ ହ୍ରାସ କରିବାରେ ସହାୟକ କରିଥାଏ। ଏହା ବ୍ୟତୀତ, ଏହା ପରିସ୍ରା ଏବଂ ମଳ ସାହାଯ୍ୟରେ ଶରୀରରେ ଜମା ହୋଇଥିବା ମଇଳା ବାହାର କରିବାରେ ମଧ୍ୟ ସାହାଯ୍ୟ କରେ। ଅମୃତଭଣ୍ଡା ଆପଣଙ୍କ ହାର୍ଟ ହେଲ୍ଥ ବା ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। ଏହାର ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ।
କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ପ୍ରତ୍ୟକ ଜିନିଷର ପାର୍ଶ୍ୟପ୍ରତିକ୍ରିୟା ମଧ୍ୟ ଥାଏ। ଅମୃତଭଣ୍ଡାକୁ ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ। ଅତ୍ୟଧିକ ଅମୃତଭଣ୍ଡା ସେବନ କଲେ ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ। ଏହା ବ୍ୟତୀତ, ଖାଇବାର ୨ରୁ ୩ ଘଣ୍ଟା ପରେ ଅମୃତଭଣ୍ଡା ଖାଇବା ଉଚିତ। ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରେ ନାହିଁ।
ପରାମର୍ଶ ସହିତ ଏହି ବିଷୟବସ୍ତୁ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଏହା କୌଣସି ପ୍ରକାରେ ଯୋଗ୍ୟ ଡାକ୍ତରୀ ମତାମତର ବିକଳ୍ପ ନୁହେଁ। ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।