Latest Odisha News

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଭି.ନାରାୟଣନ୍

ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ବୈଜ୍ଞାନିକ ଭି. ନାରାୟଣନ। ଏସ. ସୋମନାଥଙ୍କ ସ୍ଥାନ ନେଲେ ଭି. ନାରାୟଣନ। କେନ୍ଦ୍ର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ନାରାୟଣନ୍ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ।

ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ଜାନୁଆରୀ ୧୪ ଅର୍ଥାତ ଆଜି ରହିଛି ତାଙ୍କ କାର୍ଯ୍ୟକାଳର ଶେଷ ଦିନ। ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ ସ୍ଥାନରେ ଡକ୍ଟର ଭି.ନାରାୟଣନ୍ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ସେ ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ଏଲପିଏସସିର ଅଧ୍ୟକ୍ଷ ରହିଥିଲେ। ୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ।

ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି। ଜିଏସଏଲଭି ଏମ୍‌କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍‌ ଇଞ୍ଜିନ୍ ତିଆରିରେ ନାରାୟଣନ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Comments are closed.