Latest Odisha News

BREAKING NEWS

ୟୁଟ୍ୟୁବର ନୂତନ ପଲିସି; ପପୁଲାର କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଚୋରି କଲେ ଡିଲିଟ୍‌ ହୋଇପାରେ ଚ୍ୟାନେଲ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ୟୁଟ୍ୟୁବର ଚାହିଦା ବେଶ ବୃଦ୍ଧି ପାଇଛି। କାରଣ ୟୁଟ୍ୟୁବ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଲୋକେ ରୋଜଗାର କରିବା ସହ ନିଜକୁ ମନରଞ୍ଜନ ମଧ୍ୟ କରାନ୍ତି। ତେବେ ୟୁଟ୍ୟୁବ ୟୁଜର୍ସମାନଙ୍କ ପାଇଁ ନୂତନ ଏକ ନିୟମ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ କୌଣସି ସେଲିବ୍ରିଟି ବା ଫ୍ୟାନ୍ ଆକାଉଣ୍ଟ୍ ପାଇଁ କୌଣସି ନୀତି ନଥିଲା। ଯେଉଁମାନଙ୍କର ଚ୍ୟାନେଲରେ କମ୍ ଭ୍ୟୁ ଆସୁଥିଲା ସେମାନେ ପପୁଲାର କ୍ରିଏଟରର କଣ୍ଟେଣ୍ଟ ବ୍ୟବହାର କରି ନିଜର ଚ୍ୟାନେଲର ଅଭିବୃଦ୍ଧି ବଢାଉଥିଲେ ଏବଂ ଫ୍ୟାନ୍ ଆକାଉଣ୍ଟ୍ ନାମରେ ମଧ୍ୟ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ବର୍ତ୍ତମାନ ୟୁଟ୍ୟୁବ୍ ଫ୍ୟାନ୍ ଆକାଉଣ୍ଟ୍ ପାଇଁ କିଛି ନିୟମ ଆଣିଛି ଯାହା ୨୧ ଅଗଷ୍ଟ ୨୦୨୩ ରୁ ପ୍ରଯୁଜ୍ୟ ହେବ।

ନୂତନ ନୀତି ଅନୁଯାୟୀ, ଅଗଷ୍ଟ ୨୧ ପରେ ଯଦି ଜଣେ ବ୍ୟକ୍ତି ନିଜ ବିଷୟବସ୍ତୁ ପାଇଁ ଭିଡିଓ / ଅଡିଓ କିମ୍ବା ଅନ୍ୟ କୌଣସି ଚ୍ୟାନେଲର ପୃଷ୍ଠଭୂମି ପରି ଜିନିଷ ବ୍ୟବହାର କରନ୍ତି, ତେବେ ସେମାନଙ୍କ ଚ୍ୟାନେଲ ଡିଲିଟ ହୋଇଯିବ। ଏହାକୁ ଏଡାଇବା ପାଇଁ କ୍ରିଏଟର୍ସଙ୍କୁ କହିବାକୁ ପଡିବ ଯେ ଏହି ଚ୍ୟାନେଲଟି ଏକ ଫ୍ୟାନ୍ ଆକାଉଣ୍ଟ୍ ଏବଂ ମୂଳ କ୍ରିଏଟର୍ସ, କଳାକାର କିମ୍ବା ସଂସ୍ଥାର ପ୍ରତିନିଧିତ୍ୱ କରେ ନାହିଁ। କମ୍ପାନୀ ଏହି ନୀତି ଆଣିବା ଦ୍ୱାରା ଉପଭୋକ୍ତାମାନେ ମୂଳ ଏବଂ ଫ୍ୟାନ୍ ଆକାଉଣ୍ଟ ମଧ୍ୟରେ ପାର୍ଥକ୍ୟ କରିପାରିବେ ଏବଂ ସଠିକ୍ ବ୍ୟକ୍ତିଙ୍କୁ ଫଲୋ କରିପାରିବେ।

ଏହି ସମୟରେ ୟୁଟ୍ୟୁବ୍ ଅନ୍ୟ ଏକ ଫିଚର ଆଣିଛି ଯାହା ନିର୍ମାତାମାନଙ୍କୁ AI ସାହାଯ୍ୟରେ ଏକାଧିକ ଭାଷାରେ ପ୍ଲାଟଫର୍ମରେ ଭିଡିଓ ଡବ୍ କରିବାକୁ ଅନୁମତି ଦେବ। ଦି ଭର୍ଜ ଅନୁଯାୟୀ, ଗୁଗୁଲର ଏରିୟା ୧୨୦ ଇନକ୍ୟୁବେଟର ମଧ୍ୟରେ ବିକଶିତ ଏକ ଏଆଇ ଚାଳିତ ଡବିଂ ଉପକରଣ ଆଲାଉଡରେ ୟୁଟ୍ୟୁବ୍ ଟିମ୍ ଫିଚର ଯୋଡିଛି। ଏହି ଫିଚର ଯୋଡା ଯାଇଛି କାରଣ ୟୁଟ୍ୟୁବ୍ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଆବଶ୍ୟକତା ପୂରଣ କରିବାର ଗୁରୁତ୍ୱକୁ ସ୍ୱୀକାର କରେ ଏବଂ ପ୍ଲାଟଫର୍ମକୁ ସମସ୍ତଙ୍କ ପାଇଁ ଉନ୍ନତ କରିବାକୁ ଚାହୁଁଛି।

ସୂଚନା ଥାଉକି, କିଛି ସମୟ ପୂର୍ବରୁ ୟୁଟ୍ୟୁବ୍ ଏହାର ମୋନିଟାଇଜେସନ ନୀତି ବଦଳାଇ ଥିଲା। ତେବେ ଏହି ନୀତି ଭାରତରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ନୂତନ ନୀତି ଅନୁଯାୟୀ, ବର୍ତ୍ତମାନ କ୍ରିଏଟର୍ସଙ୍କୁ ୪,୦୦୦ ଘଣ୍ଟା ୱାଚ୍ ହାୱାର ଏବଂ ୧୦୦୦ ସବସ୍କ୍ରାଇବର କିମ୍ବା ୧୦ ହଜାର ରିଲ ଭ୍ୟୁ ଆବଶ୍ୟକ ହେବ ନାହିଁ। କ୍ରିଏଟର୍ସମାନେ ବର୍ତ୍ତମାନ ୩୦୦୦ ଘଣ୍ଟା ୱାଟ୍ ଆୱାର ଏବଂ ୫୦୦ ସବସ୍କ୍ରାଇବର ହେଲେ ସେମାନଙ୍କ ଚ୍ୟାନେଲକୁ ମୋନିଟାଇଜ୍ କରିବାକୁ ସମର୍ଥ ହେବେ। ରିଲ୍ ପାଇଁ ୧୦ ମିଲିୟନ୍ ବଦଳରେ କମ୍ପାନୀ ୩ ମିଲିୟନ୍ ଭ୍ୟୁ ସ୍ଥିର କରିଛି।

Leave A Reply

Your email address will not be published.