ଭୁବନେଶ୍ବର: ବଦଳିବ କି ରେଭେନ୍ସା କଲେଜ୍ ନାଁ ? ନାଁ ପରିବର୍ତ୍ତନ ନେଇ ରାଜନୀତି ଜୋର ଦାର ତେଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ, ସେନେଇ କୌଣସି ବି ସୂଚନା ମିଳିନଥିଲା । ଯାହାକୁ ନେଇ ଆଜି ରେଭେନ୍ସା କଲେଜ ନାଁ ପରିବର୍ତ୍ତନକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା କହିଛନ୍ତି ।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି କିଛି ଏପରି ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ନାହିଁ ।
ତେବେ କହିରଖୁଛୁ, ଗତବର୍ଷ ଅଗଷ୍ଟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ସେତେବେଳେ ରାଜ୍ୟରେ ତୁମ୍ଭିତୋଫାନ ଆରମ୍ଭ ହୋଇଥିଲା । କିଛି ନେତା ଏହାର ସପକ୍ଷରେ ଥିବା ବେଳେ ନାଁ ପରିବର୍ତ୍ତନ ରାଜନୀତି ଜୋରଦାର ତେଜିଥିଲା । ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ସହ ଏହାକୁ ନେଇ ବିତର୍କ ହୋଇଥିଲା । ରେଭେନ୍ସା ୟୁନିଭରସିଟିର ନାଁ ବ୍ରିଟିଶର୍ ଟି.ଇ.ରେଭେନ୍ସାଙ୍କ ନାଁରେ ରହିଥିବା ବେଳେ ଏହାକୁ ଅନେକ ବିରୋଧ ବି କରିଥିଲେ । ଏବେ କିନ୍ତୁ ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।
Comments are closed.