Latest Odisha News

ତାଣ୍ଡବ ରଚିବ ବାତ୍ୟା ଆଲଫ୍ରେଡ, ଆତଙ୍କରେ ୨୫ ଲକ୍ଷ ଲୋକ

 

କାନବେରା: ବାତ୍ୟା ଆଲଫ୍ରେଡ, ଆତଙ୍କରେ ୨୫ ଲକ୍ଷ ଲୋକ।ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଲକ୍ଷ ଲକ୍ଷ ଲୋକ ଏକ ଭୟଙ୍କର ବାତ୍ୟାକୁ ନେଇ ଭୟଭୀତ ହୋଇପଡିଛନ୍ତି। ଏହି ବାତ୍ୟା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ବିପଦପୂର୍ଣ୍ଣ ବାତ୍ଯା ହେବ ବୋଲି କୁହାଯାଉଛି। ଏହାର ନାମ ଆଲଫ୍ରେଡ ରହିଛି।

ସୂଚନା ଅନୁଯାୟୀ, ଏହା ଶୁକ୍ରବାର ବିଳମ୍ବିତ ରାତି କିମ୍ବା ଶନିବାର ସକାଳ ସୁଦ୍ଧା ଉପକୂଳରେ ତାଣ୍ଡବ ରଚିବ।

ଶୁକ୍ରବାର ସକାଳ ସୁଦ୍ଧା ବାତ୍ଯା ଆଲଫ୍ରେଡ୍ ବ୍ରିସବେନରୁ ପ୍ରାୟ ୧୯୫ କିଲୋମିଟର ପୂର୍ବରେ ରହିଥିଲା ବେଳେ ଘଣ୍ଟା ପ୍ରତି ୯୫ କିଲୋମିଟର ବେଗରେ ପଶ୍ଚିମ ଆଡ଼କୁ ଗତି କରୁଥିଲା। ଅଷ୍ଟ୍ରେଲିଆର ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଢେଉ ସୃଷ୍ଟି କରୁଛି। ଏପରିକି ଗୋଲ୍ଡ କୋଷ୍ଟରେ ୧୨.୩ ମିଟର ଉଚ୍ଚ ଢେଉ ରେକର୍ଡ ହୋଇଥିଲା।

 

Comments are closed.