ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖ ଥିଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୦ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଅନେକ ସ୍ଥାନରେ ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପୂଜାର୍ଚ୍ଚନା ମଧ୍ୟ ହୋଇଥିବା ସୂଚନା ରହିଛି।
ତେବେ ଜନ୍ମଦିନରେ କ’ଣ ଚାହାନ୍ତି ବୋଲି ଅନେକ ତାଙ୍କୁ ପ୍ରଶ୍ନ କରିଥିବା ମୋଦୀ ଏକ ଟ୍ୱିଟ ଜରିଆରେ ପ୍ରକାଶ କରିଛନ୍ତି। ତେବେ ନିଜ ଜନ୍ମଦିନରେ ସେ ଲୋକଙ୍କ ଠାରୁ କେଉଁ ଉପହାର ଆଶା କରୁଛନ୍ତି ତାହା ଏଥିରେ ଉଲ୍ଲେଖ ରହିଛି । ମୋଦି ଟ୍ଵିଟ କରି ଲେଖିଛନ୍ତି ଯେ, ” ଅନେକ ମତେ ପ୍ରଶ୍ନ କରୁଛନ୍ତି ମୋର ଜନ୍ମଦିନ ଅବସରରେ କ’ଣ ଆବଶ୍ୟକ? ବର୍ତମାନ ମୁଁ ଏହା ଚାହୁଁଛି ଯେ,
ସମସ୍ତେ ସଠିକ ଭାବରେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ଅବଲମ୍ବନ କରନ୍ତୁ, ଜନଗହଳି ପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରୁହନ୍ତୁ, ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ। ଆମ ବିଶ୍ଵକୁ ସୁସ୍ଥ ରଖନ୍ତୁ” ।
ଆହୁରି ମଧ୍ୟ ସେ ଲେଖିଛନ୍ତି, ” ଆମେ ଦେଶ ତଥା ଦେଶ ବାହାରୁ ଲୋକମାନେ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି, ମୁଁ ପ୍ରତିଟି ଲୋକ ପାଖେ କୃତଜ୍ଞ । ଏହି ଭଳି ଭଲପାଇବା ମତେ ଆଗକୁ ଆହୁରି କାମ କରିବାକୁ ଶକ୍ତି ଯୋଗାଇବ” ବୋଲି ମୋଦୀ କହିଛନ୍ତି ।
Comments are closed.