Latest Odisha News

ବିଜେପୁର ଉପ ନିର୍ବାଚନ: ସନତ ଗଡତିଆ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଛି ।

ଚଳିତ ୨୦୧୯ ନିର୍ବାଚନରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ନିର୍ବାଚନ ଲଢି ବିଜୟ ହୋଇଥିବା ବେଳେ ବିଜେପିର ପ୍ରାର୍ଥୀ ସନତ ଗଡତିଆ ପାଖାପାଖି ୫୭ ହଜାର ଭୋଟରେ ପରାଜିତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳୀ ସହିତ ବରଗଡ ଜିଲ୍ଲାର ବିଜେପୁର ଆସନରୁ ମଧ୍ୟ ୨୦୧୯ ନିର୍ବାଚନ ଲଢିଥିଲେ । ପରେ ଏହି ୨ଟି ଆସନରୁ ବିଜେତା ହୋଇଥିବା ନବୀନ ପରବର୍ତ୍ତୀ ସମୟରେ ହିଞ୍ଜିଳି ଆସନ ନିଜ ହାତରେ ରଖି ବିଜେପୁର ଆସନରୁ ଓହରି ଯାଇଥିଲେ ।

ଏହି ଉପ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଶନିବାର ଦିନ ରୀତା ସାହୁଙ୍କ ନାମ ଘୋଷଣା କରାଯାଇଥିଲା ।

ତେବେ ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ ଏହି ସମସ୍ତ ପ୍ରାର୍ଥୀ ଉପ ନିର୍ବାଚନ ଲାଗି ସେପ୍ଟେମ୍ବର ୩୦ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।

Leave A Reply

Your email address will not be published.