ଭୁବନେଶ୍ବର: ଅଧିକାଂଶ କିଛି ନଜାଣି ଇଣ୍ଟରନେଟର ଦେଖି ତ୍ବଚା ପାଇଁ ଟିପ୍ସ ଆପଣାଇଥାନ୍ତି । ଏଥିସହ ତ୍ବଚା ସମ୍ବନ୍ଧୀୟ ଏମିତି କିଛି ଭୁଲ୍ କାର୍ଯ୍ୟ ଅଜାଣତରେ କରିଥାନ୍ତି ଯାହା ତ୍ବଚାକୁ ଖରାପ କରିଥାଏ । ଯେପରି କି..
– କିଛି ଜଣ କୌଣସି ବିଉଟି ପ୍ରଡକ୍ଟ ବଜାରକୁ ଆସିଲେ ତୁରନ୍ତ ଏହାକୁ କିଣିଥାନ୍ତି । ଭଲ ନ ଲାଗିଲେ ଦୁଇ ସପ୍ତାହ ମଧ୍ୟରେ ପୁଣି ଏକ ପ୍ରଡକ୍ଟ କିଣି ବ୍ୟବହାର କରିଥାନ୍ତି । ଏପରି ସବୁ ପ୍ରଡକ୍ଟ ଲଗାଇବା ଠିକ୍ ନୁହେଁ । କାରଣ ସ୍କିନ୍ ସେଲକୁ ରିଜେନେରେଟ୍ ହେବାକୁ ଅତି କମରେ ଗୋଟିଏ ମାସ ସମୟ ଲାଗେ ।
-ଯେତେବେଳେ କୌଣସି ସୌନ୍ଦର୍ଯ୍ୟ ସାମଗ୍ରୀ କିଣୁଛନ୍ତି ତାହାର ଏକ୍ସପାଏରୀ ଡେଟ୍ ଚେକ୍ କରନ୍ତୁ । ଏକ୍ସପାଏରୀ ଡେଟ୍ ପଳାଇଥିଲେ ଏଭଳି ପ୍ରଡକ୍ଟକୁ ବ୍ୟବହାର କରନ୍ତୁ ନାହିଁ ।
– ସ୍କିନରେ ସମସ୍ୟା ହେଲେ ଅଣଦେଖା କରନ୍ତୁ ନାହିଁ । ତ୍ବଚା ସମ୍ବନ୍ଧୀୟ କୌଣସି ବି ସମସ୍ୟା ଦୁଇ ତିନି ସପ୍ତାହରୁ ଅଧିକ ରହିଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଆମେ ବ୍ରଣ କିମ୍ବା ଅନ୍ୟ କୌଣସି ତ୍ବଚା ସମ୍ବନ୍ଧୀୟ ସମସ୍ୟା ହେଲେ ଆମେ ଠିକ୍ ହୋଇଯିବ ଭାବି ଅଣଦେଖା କରିଦେଉ । ଯଦି ଏସବୁକୁ ଅଣଦେଖା କରିଲେ ଆଗକୁ ଯାଇ ତ୍ବଚା ଅଧିକ ଖରାପ ହୋଇପାରେ ।
-ଆପଣ ମେକଅପ୍ ଛଡାଉନାହାଁନ୍ତି ତେବେ ରାତି ଯାକ ଆପଣଙ୍କ ତ୍ବଚାରେ ରହିଥାଏ । କେମିକାଲ ପ୍ରଡକ୍ଟ ରାତିସାରା ଫେସ୍ ରେ ରହିଲେ ସ୍କିନ୍ ଖରାପ ହୋଇଥାଏ ।
-ପ୍ରିୟ ଷ୍ଟାରମାନେ କୌଣସି ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି ଏହାକୁ ଦେଖି ତୁରନ୍ତ ସେହି ପ୍ରଡକ୍ଟକୁ କିଣନ୍ତୁ ନାହିଁ । କୌଣସି ବି ନୂଆ ପ୍ରଡକ୍ଟ କିଣିବା ଆଗରୁ ଭଲ ଭାବରେ ଯାଞ୍ଚ କରନ୍ତୁ । ସାମ୍ପୁଲ୍ ନେଇ ଟ୍ରାଏ କରନ୍ତୁ । ଯଦି ତ୍ବଚାକୁ ସୁଟ୍ କରୁଛି ଏହାକୁ ବ୍ୟବହାର କରନ୍ତୁ ।
Comments are closed.