Latest Odisha News

BREAKING NEWS

ବାତ୍ୟା ସମୟରେ କ’ଣ କରିବେ ଓ କ’ଣ ନ’କରିବା ଉଚିତ, ଜାଣନ୍ତୁ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ସରିଛି । ଘଣ୍ଟାକୁ ୧୩ କିମି ବେଗରେ ଏହା ସ୍ଥଳଭାଗ ଆଡକୁ ମାଡି ଆସୁଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ କିପରି ପ୍ରସ୍ତୁତ ରହିବେ ଜାଣନ୍ତୁ…

ବାତ୍ୟା ପୂର୍ବରୁ କ’ଣ କରିବେ :

୧.ବାତ୍ୟା ଖବର ଶୁଣି ସାଧାରଣତଃ ଲୋକେ ପ୍ରଥମେ ଭୟଭୀତ ହୋଇ ଯାଆନ୍ତି । ଖବରକୁ ଅତିରଞ୍ଜିତ କରି କହୁଥିବା ବ୍ୟକ୍ତି ବିଶେଷଙ୍କୁ କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ତେବେ ପ୍ରଥମେ ଆମକୁ ଧର୍ଯ୍ୟ ରଖିବାକୁ ପଡିବ।କୌଣସି ଉଡା କଥାରେ ଭରସା ନକରି ଗଣମାଧ୍ୟମ ପ୍ରଦାନ କରୁଥିବା ତଥ୍ୟ ଉପରେ ଭରସା ରଖନ୍ତୁ ।

୨.ବାତ୍ୟା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ । ଅତ୍ୟାବଶ୍ୟକୀୟ ଜିନିଷ କିଣି ଘରର ରଖନ୍ତୁ । କିନ୍ତୁ ଲୋଭରେ ମାତ୍ରାଧିକ ଜିନିଷ କିଣନ୍ତୁ ନାହିଁ । ଯାହାଦ୍ୱାରା ଅନ୍ୟ ଲୋକଙ୍କୁ ଏହାର ଅଭାବ ପତିଲିଖିତ ହେବ ।

୩.କଚ୍ଚା ଘରର କିମ୍ବା ଅସୁରକ୍ଷିତ ସ୍ଥାନରେ ଥିଲେ ଯଥାଶୀଘ୍ର ଆପଣଙ୍କ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଅଥବା ସୁରକ୍ଷିତ ସ୍ଥାନକୁ ପଳାଇଯାଆନ୍ତୁ ।

୪.ମୋବାଇଲ ଫୋନର ଚାର୍ଜ ଫୁଲ ରଖନ୍ତୁ ଏବଂ ଆବଶ୍ୟକୀୟ ସ୍ଥଳେ ହିଁ ଏହାର ବ୍ୟବହାର କରନ୍ତୁ।

୫.ଜରୁରୀ କାଗଜ ପତ୍ରକୁ ଏକ ପଲିଥିନ ବା ୱାଟର ପ୍ରୁଫ ଥଳିରେ ରଖିଦିଅନ୍ତୁ ।

୬.ଏକ ଜରୁରୀକାଳୀନ କିଟ୍ ପ୍ରସ୍ତୁତ କରନ୍ତୁ ।

୭.ଘରର ଗାଈଗୋରୁ ଥିଲେ ସେମାନଙ୍କୁ ଖୋଲା କରି ଦିଅନ୍ତୁ ।

ବାତ୍ୟା ସମୟରେ / ପରେ କଣ କରିବେ – କ’ଣ ନ’କରିବା ଉଚିତ :

୧.ବାତ୍ୟା ସମୟରେ ଘରୁ ବହାରନ୍ତୁ ନାହିଁ ।

୨.ଜାଳେଣି ଗ୍ୟାସ ଓ ଲାଇଟ ଫ୍ୟାନ ଆଦିକୁ ବନ୍ଦ ରଖନ୍ତୁ ।

୩.ଘରର କବାଟ ଓ ଝରକାକୁ ବନ୍ଦ ରଖନ୍ତୁ ।

୪.ବାତ୍ୟା ଖବର ଜାଣିବା ପାଇଁ ରେଡ଼ିଓର ବ୍ୟବହାର କରନ୍ତୁ

୫.ଫୁଟା ପାଣି ପିଅନ୍ତୁ

୬. ପ୍ରଶାସନ ପକ୍ଷରୁ ସବୁକିଛି ଠିକଥିବା ସୂଚନା ପାଇବା ପରେ ଘରୁ ବହାରନ୍ତୁ

୭.ଭଙ୍ଗାଘର ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ ।

୮.ଛିଡି ଯାଇଥିବା ବିଦ୍ୟୁତ ତାର କିମ୍ବା ବିଦ୍ୟୁତ ଖୁଣ୍ଟିକୁ ଛୁଅନ୍ତୁ ନାହିଁ ।

Leave A Reply

Your email address will not be published.