Latest Odisha News

ଏୟାର ଇଣ୍ଡିଆ ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ୧୮୨ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଶୁକ୍ରବାର ଅପରାହ୍ନ ସାଢେ ୫ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ ୧୮୨ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନର ବାମ ପାଖରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା ।

ଯାତ୍ରୀ ମାନେ ଏହା ଦେଖି ପାଇଲଟଙ୍କୁ ଜଣାଇଥିଲେ । ଏହାପରେ ପାଇଲଟ ଜଣଙ୍କୁ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ବିମାନଟିକୁ ରାୟପୁର ବିମାନବନ୍ଦର ଠାରେ ଜରୁରୀ କାଳୀନ ଅବତରଣ କରାଇଥିଲେ ।

ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Leave A Reply

Your email address will not be published.