Latest Odisha News

BREAKING NEWS

ବାତ୍ୟା ପାଇଁ ପ୍ରସ୍ତୁତ ଯାଜପୁର; ପହଞ୍ଚିଲା ‘ଏନଡିଆରଏଫ’ ଟିମ

ଯାଜପୁର: ସାମ୍ଭାବ୍ୟ ବାତ୍ୟା ଯେତିକି ପାଖେଇ ଆସୁଛି ଏହାର ପ୍ରଭାବ ସେତିକି ଅନୁଭୁତ ହେଉଛି । ବାତ୍ୟା ବୁଲବୁଲର ମୁକାବିଲା କରିବା ନିମନ୍ତେ ଯାଜପୁର ଜିଲ୍ଲାରେ ପହଞ୍ଚିଛି ଏନଡିଆରଏଫ ଟିମ। ୨୫ ଜଣ ସଦସ୍ୟ ବିଶିଷ୍ଟ ଏହି ଏନଡିଆରଏଫ ଟିମରେ ଜଣେ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟରଙ୍କ ସମେତ ୨୩ ଜଣ ଯବାନ ଅଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ମୁଖ୍ୟାଳୟଠାରେ ବର୍ତ୍ତମାନ ଏହି ଟିମ ରହିଛନ୍ତି । ଅପରାହ୍ନରେ ଏମାନେ ଜିଲ୍ଲାର ବିଭିନ୍ନ ଉପକୂଳବର୍ତ୍ତି ଅଂଚଳକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ସାମୁଦ୍ରିକ ଝଡ ବୁଲବୁଲର ପ୍ରଭାବରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆଜି ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇ ଯାଇଛି । ତେବେ ବର୍ଷା ଓ ପବନ ଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଆଜି ଓ ଆସନ୍ତାକାଲି ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ମିଳିଛି । ବିନା ଅନୁମତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ ଅଧିକାରୀଙ୍କ ସହିତ ଭାରପ୍ରାପ୍ତ ଜିଲ୍ଲାପାଳ ଆଲୋଚନା କରି କିଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରାଯିବ ସେ ନେଇ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.