Latest Odisha News

BREAKING NEWS

ପ୍ରାତଃ ଭ୍ରମଣ ସାରି କ’ଣ ପିଇବେ

ପ୍ରାତଃ ଭ୍ରମଣ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍‌ର ଗତି ପ୍ରଖର ହୋଇଥାଏ। ଏଥିସହ ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ନିଜକୁ ଫିଟ୍‌ ଓ ଫାଇନ୍‌ ରଖିବାକୁ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ପ୍ରାତଃ ଭ୍ରମଣ । ବହୁ ରୋଗ ପାଇଁ ଏହା ଅବ୍ୟର୍ଥ ଔଷଧ । ଏହା କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍‌ର ଗତି ପ୍ରଖର ହୋଇଥାଏ। ଏଥିସହ ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ।

କିନ୍ତୁ ଶୀତ ଦିନେ ପ୍ରାତଃ ଭ୍ରମଣ ପରେ ହାଲିଆ ହୋଇ ଯାଇଥିବା ବ୍ୟକ୍ତି କେଉଁ ପାଣି ପିଇବା ଉଚିତ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ପ୍ରାତଃ ଭ୍ରମଣପରେ ଥଣ୍ଡା ନା ଗରମ କିପରି ପାଣି ପିଇବା ଶରୀର ପାଇଁ ହିତକାରକ ତାକୁ ନେଇ ଚାଲିଛି ଚର୍ଚ୍ଚା।

ପ୍ରାତଃ ଭ୍ରମଣ ପରେ ଶରୀରରେ ରକ୍ତଚାପ ବଢ଼ି ଯାଇଥାଏ। ତେଣୁ ଏପରି କ୍ଷେତ୍ରରେ ଥଣ୍ଡା ପାଣି ପିଇବା ଶରୀର ପାଇଁ ଲାଭଦାୟକ । କିନ୍ତୁ ଶୀତ ଦିନରେ ଥଣ୍ଡା, କାଶ, ଜ୍ୱର ଆଦି ସାଧାରଣ ବେମାର। ଏପରି କ୍ଷେତ୍ରରେ ପ୍ରାତଃ ଭ୍ରମଣ ପରେ ଥଣ୍ଡା ପାଣି ପିଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏଥିସହ ଥଣ୍ଡା ପାଣି ପିଇବା ଦ୍ୱାରା ଧମନୀରେ ରକ୍ତ ପ୍ରବାହ ପ୍ରଭାବିତ ହୋଇପାରେ। ଏହାଦ୍ୱାରା ହାର୍ଟର କାର୍ଯ୍ୟ ଦକ୍ଷତା ବି ପ୍ରଭାବିତ ହୋଇଥାଏ।

Leave A Reply

Your email address will not be published.