ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ-ତିବ୍ବତ ସୀମା । ଆଜି ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଲାଗ୍ ଲାଗ୍ ୬ଟି ଭୂମିକମ୍ପ ଝଟକାରେ ଥରିଥିଲା ନେପାଳ ତିବ୍ବତ ସୀମା । ଆଉ ନିମିଶକେ ସବୁ କିଛି ଛାରକାର କରିଦେଇଥିଲା । ଭୂମିକମ୍ପ ଏତେ ଭୟାବହ ଥିଲା ଯେ ଏବେ ବି ମାଟିତଳୁ ମଣିଷ ଖୋଜୁଛି ଉଦ୍ଧାର କାରୀ ଟିମ୍ । ଏପର୍ଯ୍ୟନ୍ତ ପାଖାପାଖି ୧୦୦ ଜୀବନ ଯାଇଥିବା ସୂଚନା ମିଳିଛି । ଏବେ ବି ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରଖାଯାଇଛି ।
ମଙ୍ଗଳବାର ସକାଳୁ ସକାଳୁ ନେପାଳର ଲୋବୁଚେରେ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବତ୍ରା ୭.୧ ରେକର୍ଡ କରାଯାଇଥିଲା । ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ମାଟିରେ ମିଶିଯାଇଛି ବଡ ବଡ ପ୍ରାଚୀର । ସବୁ କିଛି ଧୂଳିସାତ୍ କରିଦେଇଛି । ଏଥିରେ ନେପାଳର ପାଖାପାଖି ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି । ଯେଉଁଥିରେ ଆଜି ଅପରାହ୍ଣ ସୁଦ୍ଧା ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି । ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ମଧ୍ୟ ଅନୁମାନ କରଯାଉଛି। ଫଳରେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଚୀନର ଏକ ସକରାରୀ ଖବର ସଂସ୍ଥାର ସିସିଟିଭି ଅନୁଯାୟୀ, ଗତ ୫ ବର୍ଷ ଭିତରେ ତିବ୍ଦତର ଶିଗାତ୍ସେ ସହରରୁ ୨୦୦ କିମି ମଧ୍ୟରେ ୩ କିମ୍ବା ତାଠାରୁ ଅଧିକ ତୀବତ୍ରାର ପ୍ରାୟ ୨୯ଟି ଭୂମିକମ୍ପ ହୋଇଛି । ହେଲେ ଆଜି ସକାଳେ ହୋଇଥିବା ଭୂମିକମ୍ପ ଆଗରେ ସବୁ କିଛି ଛୋଟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଖାଲି ନେପାଳ କି ତିବ୍ବତ ନୁହେଁ ସୀମାବର୍ତ୍ତୀ ଭାରତ ଏବଂ ଭୁଟାନର ଅନେକ ଅଞ୍ଚଳ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ଭାରତର ଦିଲ୍ଲୀ ଏନସିଆର, ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଏହାର ଝଟକା ଅନୁଭୂତ ହୋଇଥିଲା ।
ତେବେ ଏଠି ପ୍ରଶ୍ନ ଉଠୁଛି କାହିଁ ନେପାଳ-ତିବ୍ଦତ ସୀମାରେ ହିଁ ପ୍ରାୟ ଭୂମିକମ୍ପର ଆଶଙ୍କା ରହିଥାଏ । ସେହି ସ୍ଥାନରେ ଏମିତି କ’ଣ ରହିଛି ଯେ ଆଜିର ଏତେ ବଡ ଭୟଙ୍କର ଭୂମିକମ୍ପ ସହ ସାମ୍ନା କରାଇଲା । ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଯେଉଁଠି ରହିଛି ସେହି ସ୍ଥାନରେ ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ ପରସ୍ପର ମଧ୍ୟରେ ଏକ ପ୍ରକାର ସଂଘର୍ଷ ସହ ଗତି କରନ୍ତି । ଫଳରେ ଏହା ହିମାଳୟ ପର୍ବତମାଳା ଉଚ୍ଚତା ବୃଦ୍ଧି କରିବାରେ ସାହାର୍ଯ୍ୟକରେ । ଯେଉଁ କାରଣରୁ ଆଜି ବି ହିମାଳୟର ଉଚ୍ଚତା ବୃଦ୍ଧି ପାଉଛି । ଯାହା ଏକ ନିରନ୍ତର ପ୍ରକ୍ରିୟା । ଟିକିଏ ଭାବନ୍ତୁ ଯାହା ବିଶାଳ ହିମାଳୟ ପର୍ବତ ମାଳାର ସ୍ଥିତିକୁ ଦୋହଲାଇ ଦେଉଛି ତାହା କେତେ ଭୟଙ୍କର ଏବଂ ଶକ୍ତିଶାଳୀ ହୋଇପାରେ । ଆଉ ପରସ୍ପର ସହ ଏହି ପ୍ଲେଟ ଗୁଡିକର ସଂଘର୍ଷ ବେଳେ ହଠାତ୍ ଯେତେବେଳେ ଜଣେ ଅନ୍ୟଜଣ ସହ ବାଡେଇ ହୁଏ ଏଠାରେ ଏଭଳି ଭୂମିକମ୍ପ ସୃଷ୍ଟି ହୋଇଥାଏ ।