ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଆଜାଦ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ‘ଆଜାଦ’ ଫିଲ୍ମ ଏକ ପିରିୟଡିକ ଡ୍ରାମା ଅଟେ ଯାହାକି ସ୍ୱାଧୀନତା ପୂର୍ବରୁ ଦେଶର କାହାଣୀକୁ ଦର୍ଶାଇଥାଏ। ଏହାର ନିର୍ଦ୍ଦେଶନା ଅଭିଷେକ କପୁର କରିଥିବାବେଳେ ରୋନି ସ୍କ୍ରୁୱାଲା ଏବଂ ପ୍ରୟାଗ କପୁର ଏହାର ନିର୍ମାତା।
ଫିଲ୍ମର ଟ୍ରେଲର ଏକ ଘୋଡାରୁ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଘୋଡାର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ରହିଛି ଏପରିକି ଏହି ଫିଲ୍ମରେ ଘୋଡାର ନାମ ମଧ୍ଯ ‘ଆଜାଦ’ ରଖାଯାଇଛି। ଏହି ଫିଲ୍ମରେ ଅଜୟ ଦେବଗନ ଜଣେ ବିଦ୍ରୋହୀ ଭୂମିକାରେ ଥିବାବେଳେ ଡାଏନା ପେଣ୍ଟି ତାଙ୍କ ବିପକ୍ଷରେ ସ୍କ୍ରିନ୍ ଶେୟାର କରିଛନ୍ତି।
ଏହି ଫିଲ୍ମରେ ଅନ୍ୟ ଏକ ପ୍ରେମ କାହାଣୀ ରାଶା ଏବଂ ଅମନଙ୍କ ମଧ୍ୟରେ ଦେଖାଯାଇଛି। ଏଥିରେ ରାଶା ଏକ ରାଜ ପରିବାରର ସଦସ୍ଯ ହୋଇଥିବାବେଳେ ଅମନ ଏକ ସାଧାରଣ ପରିବାରର ସଦସ୍ଯ ଭାବରେ ନଜର ଆସିଛନ୍ତି।
ନିକଟରେ ଏହାର ଏକ ଗୀତ ‘ଉଇ ଅମ୍ମା’ ରିଲିଜ୍ ହୋଇଥିଲା। ଯେଉଁଥିରେ ଲୋକମାନେ ରାଶାଙ୍କ ନୃତ୍ୟ ଏବଂ ଗେଟଅପକୁ ବହୁତ ପସନ୍ଦ କରୁଛନ୍ତି। ତେବେ ୨.୪୩ ମିନିଟର ଏହି ଟ୍ରେଲରରେ ନୃତ୍ୟ, ଗୀତ, ହସ, ରୋମାନ୍ସ, ଆକ୍ସନ୍ ସବୁ ଭରପୁର ମାତ୍ରାରେ ଦେଖିବାକୁ ମିଳିଛି। ତେବେ ୨୦୨୫ ଜାନୁଆରୀ ୧୭ରେ ‘ଆଜାଦ’ ଫିଲ୍ମ ରିଲିଜ ହେବାକୁ ଯାଉଛି।
Comments are closed.