Latest Odisha News

BREAKING NEWS

ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ

ନୂଆପଡ଼ା : ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନିର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ହଜାର ହଜାର କଳାପ୍ରେମୀ । ତେବେ ଏହି ଖଡ଼ିଆଳ ସହରରେ ସାହିତ୍ୟ କଳା  ଓଡ଼ିଶାରେ ତାର ସ୍ୱତନ୍ତ୍ର ପରିଚୟ ରହି ଆସିଛି ।  ଦୀର୍ଘ ସତର ବର୍ଷ ହେବ  ଖଡ଼ିଆଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି ।

ଏହି ସତର ତମ ଖଡ଼ିଆଳ ମହୋତ୍ସବ ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜକ କମିଟି ଙ୍କ ସହ ଖଡ଼ିଆଳ ବାସୀ ପ୍ରଥମେ ମାଁ ସମଲେଶ୍ବରୀ,ମାଁ ଠାକୁରାଣୀ ବଡ଼ ଦଧିବାମନ ଏବଂ ଗଡଜାତ ଦେବୀ ରକ୍ତା ମ୍ବରୀ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି ପ୍ରସିଦ୍ଧ ଯୋଗୀମଠ ରୁ ମଶାଲ ଅଣାଯାଇଥିଲା । ଏହି ଅବସର ରେ ବାଜାଗାଯା, ଘୁମୁରା, ସଂକୀର୍ତ୍ତନ ଓ ଆଦିବାସୀ ଲୋକନୃତ୍ୟ ରେ ଏକ ବିରାଟ ଶୋଭାଯାତ୍ରା କରି ନଗର ପରିକ୍ରମା କରି ମହୋତ୍ସବ ପଡିଆ ରେ ପହଞ୍ଚି ଥିଲେ ।

ଖଡ଼ିଆଳ ମହୋତ୍ସବର ପ୍ରଥମ ସାଂସ୍କୃତିକ ସଭା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ  କଳାହାଣ୍ଡି କଳାକେନ୍ଦ୍ର ର ଓଡିଶୀ, ତୁଷରା  କୃଷ୍ଣପ୍ରିୟା ର ଘୁଡୁକା ନାଚ, ବଲାଙ୍ଗୀର ଚୀନୀଚମ୍ପା ଅନୁଷ୍ଠାନ ର ମଡୁଆସାଲ, କୋଲକତା ର ବଙ୍ଗାଳି ଲୋକନୃତ୍ୟ, ଛତିଶଗଡ଼ ର କରମା ସାଙ୍ଗକୁ ବଲାଙ୍ଗୀର ର ଢୋଲ ମୁହୁରୀ କଳାପରିସଦ ର ବଜାସାଲ ନାଚ ରେ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲେ । ଖଡ଼ିଆଳ ମହୋତ୍ସବ ର ଆୟୋଜକ ଓ ଆୟୋଜନ ସହ ଦର୍ଶକ ମାନଙ୍କ ଉତ୍ସାହ କୁ କଳାକାର ମାନେ ଭୁରିଭୁରି ପ୍ରଶଂସା କରିଥିଲେ ।

 

 

Leave A Reply

Your email address will not be published.