ନୂଆଦିଲ୍ଲୀ: ହ୍ବାଟ୍ସଆପ୍ କିଛି ନୂତନ ଫିଚର ଆଣିଛି, ଯାହା ବ୍ୟବହାରକାରୀଙ୍କୁ ଠକେଇରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଠକମାନେ ମଧ୍ୟ ଲୋକଙ୍କୁ ଠକୁଛନ୍ତି । ଏହାକୁ ନଜରରେ ରଖି ମେଟା ମାଲିକାନାରେ ଥିବା ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍ ଏକ ନୂଆ ଠକେଇ ପ୍ରତିବନ୍ଧକ ଟୁଲ୍ ରୋଲଆଉଟ୍ କରିଛି । ଏହାର ନାଁ ହେଉଛି ସେଫ୍ଟି ଓଭରଭ୍ୟୁ (Safety Overview) ।
ଏହି ଫିଚର ମାଧ୍ୟମରେ, ଯେତେବେଳେ କୌଣସି ଅଜଣା ବ୍ୟକ୍ତି କୌଣସି ୟୁଜରଙ୍କୁ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡନ୍ତି, ତାଙ୍କୁ ଏକ ଆଲର୍ଟ ପଠାଯିବ। ଏହି ଟୁଲ୍ ଗ୍ରୁପ୍ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ସୁରକ୍ଷା ସମ୍ବନ୍ଧୀୟ ଟିପ୍ସ ଦେଖାଇବ। ଯଦି ୟୁଜର ଚାହିଁବେ, ତେବେ ସେ ଗ୍ରୁପ୍ ଚାଟ୍ ନଦେଖି ଏକ୍ସଜିଟ୍ ହୋଇପାରିବେ । ଯଦି ଗ୍ରୁପ୍ ପରିଚିତ ଲାଗେ, ତେବେ ସମ୍ପୂର୍ଣ୍ଣ ଚାଟ୍ ଖୋଲି ଯାଞ୍ଚ କରାଯାଇପାରିବ।
ହ୍ୱାଟସଆପ୍ (WhatsApp) କହିଛି ଯେ ଏପରି ନୂଆ ଗ୍ରୁପରୁ ନୋଟିଫିକେସନ ସାଇଲେଣ୍ଟ ରହିବ ଯେପର୍ଯ୍ୟନ୍ତ ବ୍ୟବହାରକାରୀ ନିଜେ ନିଷ୍ପତ୍ତି ନ ନିଅନ୍ତି ଯେ ସେ ଏଥିରେ ରହିବାକୁ ଚାହାଁନ୍ତି କି ନାହିଁ।
ତେବେ ଏହି ନୂଆ ଆଣ୍ଟି-ସ୍କାମ ଟୁଲ୍ଟି ସ୍ବୟଂଚାଳିତ ଭାବରେ ସକ୍ରିୟ ହୁଏ । ଯେତେବେଳେ ଉପଭୋକ୍ତାଙ୍କ ଯୋଗାଯୋଗରେ ନଥିବା କେହି ବ୍ୟକ୍ତି ୟୁଜରଙ୍କୁ କୌଣସି ହ୍ବାଟ୍ସଆପ୍ ଗ୍ରୁପରେ ଆଡ୍ କରିଥାଏ । ଏହାପରେ ୟୁଜରଙ୍କୁ ଗ୍ରୁପ୍ରେ ଯୋଡିଥିବା ବ୍ୟକ୍ତି, ଉକ୍ତ ଗ୍ରୁପର ମୋଟ ସଦସ୍ୟଙ୍କ ସଂଖ୍ୟା, ଗ୍ରୁପ କ୍ରିଏଟର ଏବଂ ଗ୍ରୁପ୍ ସୃଷ୍ଟି ହୋଇଥିବା ତାରିଖ ବିଷୟରେ ସୂଚନା ପ୍ରଦର୍ଶନ କରିବ ।
କମ୍ପାନୀ ଏବେ ଏକ ଫିଚର ମଧ୍ୟ ପରୀକ୍ଷଣ କରୁଛି ଯାହା ଦ୍ଵାରା ଯଦି ଜଣେ ୟୁଜର କୌଣସି ଅଜଣା ବ୍ୟକ୍ତିଙ୍କ ସହ ଚାଟ୍ ଆରମ୍ଭ କରନ୍ତି, ତେବେ ତାଙ୍କୁ ସେହି ବ୍ୟକ୍ତିଙ୍କ ପରିଚୟ ସହିତ ଜଡିତ ଅତିରିକ୍ତ ସୂଚନା ଦିଆଯିବ। ଏହା ୟୁଜରଙ୍କୁ ଭଲ ନିଷ୍ପତ୍ତି ନେବାକୁ ସକ୍ଷମ କରିବ।
କମ୍ପାନୀ କହିଛି ଯେ ୨୦୨୫ ବର୍ଷର ପ୍ରଥମାର୍ଦ୍ଧରେ, ୬୮ ଲକ୍ଷରୁ ଅଧିକ ଏପରି ଆକାଉଣ୍ଟକୁ ନିଷିଦ୍ଧ କରିଛି ଯାହା ଠକେଇ କାର୍ଯ୍ୟକଳାପରେ ଜଡିତ ଥିଲା।
Comments are closed.