ନୂଆଦିଲ୍ଲୀ: ହ୍ବାଟସଆପରେ ଆସୁଥିବା ନକଲି ଫଟୋ ସମସ୍ୟାର ମୁକାବିଲା କରିବାକୁ, ମେଟା ମାଲିକାନା ପ୍ଲାଟଫର୍ମ ଶୀଘ୍ର ଏକ ନୂତନ ଫିଚର ଆଣିବ । ଏକ ରିପୋର୍ଟ ଅନୁସାରେ, ପ୍ଲାଟଫର୍ମ ଏକ ନୂଆ ରିଭର୍ସ ସର୍ଚ୍ଚ ଫିଚର ଉପରେ କାମ କରୁଛି, ଯାହା ମାଧ୍ୟମରେ ୟୁଜରମାନେ ନିଜେ ଫଟୋର ସତ୍ୟତା ଜାଣିପାରିବେ।
ଏହା ଗୁଗୁଲର ରିଭର୍ସ ସର୍ଚ୍ଚ ଫିଚର ପରି ହେବ, ଯେଉଁଥିରେ ଗୁଗୁଲ ବ୍ୟବହାରକାରୀଙ୍କୁ ଫଟୋର ସନ୍ଧାନ ମାଧ୍ୟମରେ ଫଟୋଗୁଡ଼ିକକୁ ଭେରିଫାଇ କରିପାରିବେ । ଏହାଦ୍ବାରା ୟୁଜର ଫେକ୍ ନ୍ୟୁଜ ଜାଣି ପାରିବେ ।
ପୂର୍ବରୁ ଏହି ଫିଚର ହ୍ବାଟସଆପ ଆପର ଆଣ୍ଡ୍ରଏଡ୍ ବିଟା ସଂସ୍କରଣରେ ଦେଖାଯାଇଥିଲା ବର୍ତ୍ତମାନ ଏହା ହ୍ବାଟସଆପ ୱେବ୍ ବିଟା ଉପରେ ମଧ୍ୟ ପରୀକ୍ଷା କରାଯାଉଛି, ଏହି ସୂଚନା WABetaInfo ଦେଇଛି ।
ହ୍ବାଟସଆପର ଚାଟ୍ ରେ ଜଣେ ଫଟୋ ପଠାଉଛି । ସେହି ଫଟୋକୁ ଟ୍ୟାପ୍ କରିବା ଦ୍ବାରା ୟୁଜରକୁ ତିନୋଟି ବିନ୍ଦୁର ମେନୁରେ ‘ଓ୍ବେବରେ ଖୋଜନ୍ତୁ’ ବିକଳ୍ପ ମିଳିବ । ଏହି ବିକଳ୍ପ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିବ । ସେଥିରୁ ଫଟୋର ସତ୍ୟତା ଜଣାପଡି ଯିବ ।
Comments are closed.