Latest Odisha News

BREAKING NEWS

ମିଥ୍ୟା ଖବର ଓ ଗୁଜବ ବିରୋଧରେ ହ୍ୱାଟ୍ସଆପ୍ କରିବ କ୍ୟାମ୍ପେନ୍

ନୂଆଦିଲ୍ଲୀ : ଦେଶର ସର୍ବବୃହତ ମେସେଜିଂ ପ୍ଲାର୍ଟଫର୍ମ ହ୍ୱାଟ୍ସଆପ୍ ଫେକ୍ ନ୍ୟୁଜ ବା ମିଛ ଖବର ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ଗୁଜବ ଓ ମିଛ ଖବର ପ୍ରସାରିତ ହେବାରୁ ଅଟକାଇବା ।

ମିଥ୍ୟା କଥା ପ୍ରଚାର ହେବା ଫଳରେ ଲୋକଙ୍କ ମଧ୍ୟରେ ଭ୍ରାନ୍ତଧାରଣା ସୃଷ୍ଟି ହେଉଛି । ଏହି କ୍ୟାମ୍ପନ୍ ଦ୍ୱାରା ସତ୍ୟ କଥା ହିଁ ଲୋକଙ୍କ ନିକଟରେ ପ୍ରଚାର ପ୍ରସାର ହୋଇପାରିବ ଏବଂ ବ୍ୟକ୍ତିମାନେ ହ୍ୱାଟ୍ସଆପରେ ଆସୁଥିବା ଫେକ୍ ନ୍ୟୁଜକୁ ଚିହ୍ନିପାରିବେ ।

ଅନ୍ୟପକ୍ଷରେ ଫେସବୁକ୍ ଆକାଉଣ୍ଟ୍ ବ୍ୟବହାର କରୁଥିବା କିଛି ଭାରତୀୟ ବ୍ୟକ୍ତିଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା, ଯାହାକୁ ନେଇ ଏକ ୬୦ ସେକେଣ୍ଡ  ଫିଲ୍ମ ନିର୍ମିତ ହୋଇଥିଲା । ଏହି ଫିଲ୍ମରେ ମିଥ୍ୟା ଖବର ବହନ କରିଥିବା ଗୋଟିଏ ଗୁଜବ କିପରି ହ୍ୱାଟ୍ସଆପ୍ ଗ୍ରୁପରେ ଖୁବ୍ ଶୀଘ୍ର ପ୍ରସାରିତ ହେଉଛି, ତାହା ଦ୍ୱାରା ଲୋକମାନେ କିଭଳି ପ୍ରଭାବିତ ହେଉଛନ୍ତି ତାହା ଉପରେ ଫିଲ୍ମଟି ଆଧାରିତ ।

ଏହି ସ୍ୱଳ୍ପ ଅବଧି ବିଶିଷ୍ଟ ଫିଲ୍ମରେ କିପରି ଗୁଜବ ବହନ କରୁଥିବା ଖବର ଗୁଡିକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ଏବଂ ଏହି ଫେକ୍ ନ୍ୟୁଜ ଗୁଡିକୁ ପୋଷ୍ଟ କରିଥିôବା ବ୍ୟକ୍ତି ବିଶେଷଙ୍କ ବ୍ଲକ୍ କରାଯାଇପାରିବ ଏବଂ ଗ୍ରୁପରୁ କିପରି ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇପାରିବ ସେ ସମ୍ପର୍କରେ ଦର୍ଶାଯାଇଛି ।

ଗୁଜବ ସମ୍ପର୍କରେ ଲୋକମାନଙ୍କୁ ସଚେତନତା ପାଇଁ ଏହି କ୍ୟାମ୍ପେନକୁ ଟିଭିରେ ପ୍ରସାରିତ ହେବା ସହିତ ବିଭିନ୍ନ ସୋସିଆଲ ମିଡିଆ ଫେସବୁକ୍ , ହ୍ୱାଟ୍ସଆପ୍ ପ୍ରଭୃତି ପ୍ରଚାର କରିବେ । ଏତତ୍ବ୍ୟତୀତ ରେଡିଓ ତଥା ପ୍ରିଣ୍ଟ ମିଡିଆ ଏବଂ ବିଭିନ୍ନ ଚ୍ୟାନେଲରେ ମଧ୍ୟ ପ୍ରସାରିତ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଭାରତ ସରକାର ଏସମ୍ପର୍କରେ ବିଭିନ୍ନ ମେସେଜିଂ ପ୍ଲାଟଫର୍ମ ଥିବା ସୋସିଆଲ ମିଡିଆ ଗୁଡିକୁ ଅବଗତ କରିବା ସହ ସ୍ମାମ୍ ମେସେଜଗୁଡିକୁ କିପରି ନିୟନ୍ତ୍ରଣ କରିହେବ ସେନେଇ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ମଧ୍ୟ ଫେକ୍ ନ୍ୟୁଜ ପଠାଉଥିବା ବ୍ୟକ୍ତିଙ୍କ ମୂଳ ଉତ୍ସକୁ ଜାଣିବା ପାଇଁ ସରକାର ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଭଳି ହେଲେ ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ଗୋପନୀୟତା କ୍ଷୂର୍ଣ୍ଣ ହେବା ଦର୍ଶାଇ ମୂଳ ଉତ୍ସ ଜଣାଇବା ପାଇଁ ଅରାଜି ହୋଇଥିଲା ।

ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସରକାର ସୋସିଆଲ ମିଡିଆରେ ଗୁଜବ ତଥା ମିଥ୍ୟା ଖବର ପ୍ରସାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.