Latest Odisha News

BREAKING NEWS

ଡିସେମ୍ବର ୭ରୁ ଭୁବନେଶ୍ୱର-ରାଞ୍ଚି ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ରାଞ୍ଚି କୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏକ ଟ୍ୱିଟ ମାଧ୍ୟମରେ ଏୟାର ଲାଇନ୍ କର୍ତ୍ତୃପକ୍ଷ କହିଛନ୍ତି, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏହି ବିମାନ ଉଡାଣକୁ ଉଦଘାଟନ କରିବେ । ଏତଦ୍ ବ୍ୟତୀତ ଭୁବନେଶ୍ୱର ଛଡା କଲିକତା ଓ ରାୟପୁରକୁ ରାଞ୍ଚିରୁ ବିମାନ ଉଡାଣ ନେଇ ଘୋଷଣା ହୋଇଛି ।

ଏହି ବିମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ନ ୨ଟା ବେଳେ ଟେକ୍ ଅଫ୍ କରି ପାଖାପାଖି ଅପରାହ୍ନ ୩ଟା ୧୫ ସମୟରେ ବିର୍ସା ମୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବ । ଏଥିସହିତ ରାଞ୍ଚିରୁ ସନ୍ଧ୍ୟା ୭ଟା ୫୦ମି.ରୁ ବିମାନ ଛାଡିବ ଏବଂ ପ୍ରାୟ ୮ଟା ୫୦ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ।

ଅନ୍ୟପକ୍ଷରେ ଭୁବନେଶ୍ୱରରୁ ରାଞ୍ଚି ବିମାନ ସେବା ଟିକେଟ୍ ମୂଲ୍ୟ ୧ହଜାର ୬୧୦ ଟଙ୍କାରେ ଉପଲବ୍ଧ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.