Latest Odisha News

ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ । ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଛି । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏପରି ଦାବି ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମନ୍ତ୍ରୀ ଏହା ବି କହିଛନ୍ତି ଯେ, ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ । ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ଲୋକଙ୍କୁ ଯୋଗାଇ ଦିଆଯିବ ।

Comments are closed.