Latest Odisha News

BREAKING NEWS

ବିବାହ ପୂର୍ବରୁ କାହିଁକି କାଜୋଲଙ୍କୁ ପସନ୍ଦ କରୁନଥିଲେ ଅଜୟ?

ମୁମ୍ବାଇ: ବଲିଉଡ୍‌ର ସଫଳ ଦମ୍ପତିଙ୍କ ତାଲିକାରୁ ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଯୋଡି ଅନ୍ୟତମ। ଏହି ଦମ୍ପତି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସମ୍ପର୍କକୁ ଅତି ସୁନ୍ଦର ଭାବେ ତୁଲାଇ ଆସିଛନ୍ତି। ୯୦ ଦଶକରେ ଏମାନେ ଦୁହେଁ ପ୍ରଥମେ ଡେଟିଂ ଆରମ୍ଭ କରିଥିଲେ। ହେଲେ ଆପଣ ଜାଣନ୍ତି କି ବିବାହ ପୂର୍ବରୁ ଅଜୟ କାଜୋଲଙ୍କୁ ପସନ୍ଦ କରୁନଥିଲେ।

ବାସ୍ତବରେ, ଅଜୟ ନିଜେ ସ୍ୱୀକାର କରିଛନ୍ତି ଯେ ସେ ସେମାନଙ୍କର ପ୍ରଥମ ସାକ୍ଷାତ ସମୟରେ କାଜୋଲଙ୍କୁ ପସନ୍ଦ କରି ନଥିଲେ। ଏବଂ ତାଙ୍କ ସହ ଆଗକୁ ଭେଟିବାକୁ ଆଗ୍ରହୀ ମଧ୍ୟ ନଥିଲେ। ସେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଖୁଲାସା କରିଥିଲେ। ଅଭିନେତା କହିଥିଲେ, ଯେ “ ସେ ହଲଚଲ୍ ପାଇଁ ସୁଟିଂ ଆରମ୍ଭ କରିବା ପୂର୍ବରୁ ଥରେ କାଜୋଲଙ୍କୁ ଭେଟିଥିଲେ। ସତ କହିବାକୁ ଗଲେ, ମୁଁ ଏହା ପରେ ତାଙ୍କୁ ଭେଟିବାକୁ ଆଗ୍ରହୀ ନଥିଲି।

ପ୍ରଥମ ଦେଖାରେ, ସେ ଜଣେ ଉଚ୍ଚ ସ୍ୱର, ଅହଂକାରୀ ଏବଂ ସବୁବେଳେ ଗପିବାକୁ ଭଲପାଉଥିବା ଝିଅ ବୋଲି ଜଣାପଡ଼ିଥିଲେ। ବ୍ୟକ୍ତିତ୍ୱ ଦୃଷ୍ଟିରୁ ଆମେ ପରସ୍ପରଠାରୁ ବହୁତ ଅଲଗା ଥିଲୁ ବୋଲି କହିଥିଲେ ଅଜୟ। କିନ୍ତୁ, ମୁଁ ଅନୁମାନ କରୁଛି ଯାହା ଘଟିବାର ଥାଏ ତାହା ନିଶ୍ଚିତ ଘଟିଥାଏ ବୋଲି କହିଥିଲେ ଅଜୟ । ”

Leave A Reply

Your email address will not be published.