Latest Odisha News

BREAKING NEWS

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ଜଣେ ନାବାଳକ ସମେତ ୭ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ବୁଧବାର ଦିନ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର କହିଛନ୍ତି, ଗିରଫ ୭ ଜଣ ମଧ୍ୟରୁ ୪ ଜଣ ଉକ୍ତ ୨୨ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏହାବ୍ୟତିତ ଏହି ଜଘନ୍ୟ ଅପରାଧର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିବା ଯୋଗୁଁ ୩ ଜଣଙ୍କୁ ଗିରଫ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖରେ ସମ୍ପୃକ୍ତ ଯୁବତୀ ଜଣକ କିଛି କାମ ଲାଗି ସେ ଭବାନୀପାଟଣା ଯାଉଥିଲେ । କୌଣସି କାରଣବଶତଃ ଗାଁକୁ ଆସୁଥିବା ବସ ଧରିପାରିନଥିବା ବେଳେ ସେ ସ୍ଥାନୀୟ ହଷ୍ଟେଲରେ ରହିଥିଲେ । ପରବର୍ତ୍ତୀ ସମୟରେ ଗାଁକୁ ଯିବା ପାଇଁ ଉକ୍ତ ଯୁବତୀ ଜଣକ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ ।

ପରେ ୨୬ ନଂ ଜାତୀୟ ରାଜପଥର କଳାହାଣ୍ଡି-ଭବାନୀପାଟଣା ରାସ୍ତା ଦେଇ ଯାଉଥିବା ବେଳେ ୫ରୁ ୬ ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ ଏବଂ ଯୁବତୀଙ୍କୁ ଜାରିଙ୍ଗ ଜଙ୍ଗଲ ନିକଟସ୍ଥ ମନ୍ଦିର ପଛପଟକୁ ନେଇଯାଇ ଛୁରୀ ଦେଖାଇ ଗଣଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିଥିଲେ ।

ତେବେ ଯୁବତୀ ଜଣକ ଲୋକଲଜ୍ଜା ଭୟରେ ସେହି ଦିନ ଥାନାରେ ଅଭିଯୋଗ କରିନଥିଲେ । ପରେ ସେପ୍ଟେମ୍ବର ୨୨ ତାରିଖରେ ଏନେଇ ଜୁନାଗଡ ଥାନାରେ ସେ ଏତଲା ଦେଇଥିଲେ ।

Leave A Reply

Your email address will not be published.