ମୁମ୍ବାଇ: ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ନିକଟରେ ଏକ ଇଣ୍ଟରଭିଉରେ ଏଭଳି ଖୁଲାସା କରିଛନ୍ତି।
ସେ କହିଛନ୍ତି ଯେ ଯେତେବେଳେ ଗୋବିନ୍ଦାଙ୍କ ଜୀବନରେ ଆସିଥିଲେ ସେ ଜଣେ ଟମ୍ ବଏ ଥିଲେ କିନ୍ତୁ ବିବାହ ପରେ ସେ ନିଜକୁ ପରିବର୍ତ୍ତନ କରିଥିଲେ।
ମୁଁ ସବୁବେଳେ ସର୍ଟସ୍ ଏବଂ ସବୁ ପ୍ରକାରର ପୋଷାକ ପିନ୍ଧୁଥିଲି ଓ ମୋର କେଶ ମଧ୍ୟ ଛୋଟ ଥିଲା। ମୁଁ ଜଣେ ପୁଅ ପିଲା ବୋଲି ଗୋବିନ୍ଦା ସବୁବେଳେ କୁହନ୍ତି। କିନ୍ତୁ ମୁଁ ସବୁବେଳେ ଶାଢି ପିନ୍ଧେ ବୋଲି ସେ ଚାହୁଁଥିଲେ। ଆମ ବାହାଘରକୁ ୩୭ବର୍ଷ ହୋଇସାରିଲାଣି।
ସେମାନେ ପ୍ରାୟ ଅଲଗା ଘରେ ରହୁଥିବା କଥା ସୁନୀତା କହିଛନ୍ତି।ତାଙ୍କର ଦୁଇଟି ଘର ଅଛି। ଗୋଟେ ଆପାର୍ଟମେଣ୍ଟର ଓ ତା’ ସାମ୍ନାରେ ଏକ ବଙ୍ଗଳା ଅଛି। ପିଲାମାନେ ଫ୍ଲାଟରେ ସୁନୀତାଙ୍କ ସହ ରୁହନ୍ତି। ତେବେ ମିଟିଂ ପାଇଁ ଗୋବିନ୍ଦାଙ୍କର ବିଳମ୍ବ ହୋଇଥାଏ ତେଣୁ ସେ ଆପାର୍ଟମେଣ୍ଟରେ ରହିଥାନ୍ତି।
ଯେତେବେଳେ ଗୋବିନ୍ଦା ରୋମାଣ୍ଟିକ କି ନୁହେଁ ପଚରାଗଲା ସେତେବେଳେ ସୁନୀତା ହସିକି କହିଥିଲେ ଯେ ସେ ଗୋବିନ୍ଦା ଙ୍କୁ ତାଙ୍କ ଆଗାମୀ ଜୀବନରେ ସ୍ୱାମୀ ଭାବରେ ଚାହାନ୍ତି ନାହିଁ। କାରଣ ସେମାନେ କେବେ ଛୁଟିରେ ଯାଆନ୍ତି ନାହିଁ। ହେଲେ ମୁଁ ଏମିତି ବ୍ୟକ୍ତି ଚାହେଁ ଯିଏ ମୋ ସହ ବାହାରକୁ ଯାଇ ରାସ୍ତାରେ ଗୁପଚୁପ ଖାଇ ପାରିବ। ତାଙ୍କୁ ତାଙ୍କ କାମ ବହୁତ ପସନ୍ଦ। ସେ ଆମକୁ ସମୟ ଦେଇପାରନ୍ତି ନାହିଁ।
Comments are closed.