ନୂଆଦିଲ୍ଲୀ: ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଜାଭେଦି ମିଆଁଦାଦ ପଡିଆରେ ଅନେକ ଥର ବିବାଦ ସୃଷ୍ଟି କରିଛନ୍ତି । ନିକଟରେ ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ତାଙ୍କ ପୁସ୍ତକ ଷ୍ଟାରଗେଜିଙ୍ଗ: ଦି ପ୍ଲେୟାର୍ସ ଇନ ମାଇ ଲାଇଫ ପୁସ୍ତକରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି । ଏଥିରେ ସେ ମିଆଁଦାଦକୁ କାହିଁକି ଜୋତା ଧରି ଗୋଡାଇଥିଲେ ତାହା ଉଲ୍ଲେଖ କରିଛନ୍ତି । ୧୯୮୭ରେ ପାକିସ୍ତାନ ଟିମ ଭାରତ ଗସ୍ତରେ ଆସିଥାନ୍ତି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଉଭୟ ଟିମର ରନ ସମାନ ରହିଥିଲା । ତେବେ ସେ ସମୟର ନିୟମ ଅନୁସାରେ କମ ଉଇକେଟ ହରାଇଥିବା ଟିମକୁ ବିଜୟୀ ହେବ
। ଭାରତକୁ ବିଜୟୀ ଘୋଷଣା କରାଯିବା ପରେ ମିଆଁଦାଦଙ୍କ ଦେହରେ ଏହା ଯାଇ ନ ଥିଲା । ସେ ମ୍ୟାଚ ପରେ ଭାରତୀୟ ଡ୍ରେସିଂ ରୁମକୁ ଆସି ତୁମେ ବେଇମାନି କରି ମ୍ୟାଚରେ ଜିତିଲ । ଏହା ଶାସ୍ତ୍ରୀଙ୍କୁ ରଗାଇବା ପାଇଁ ଯଥେଷ୍ଟ ଥିଲା । ସେ ଜୋତା ଧରି ମିଆଁଦାଦଙ୍କ ପଛରେ ଗୋଡାଇଥିଲେ । ଅଧିନାୟକ ଇମ୍ରାନ ଖାଁ ଦୁଇ ଜଣଙ୍କୁ ବୁଝା ଶୁଝା କରି ଶାନ୍ତ କରିଥିଲେ । ଅବଶ୍ୟ ଏହା ପରେ ଶାସ୍ତ୍ରୀ ଏବଂ ମିଆଁଦାଦ ମଧ୍ୟରେ ଏ ନେଇ କେବେ ଆଲୋଚନା ହୋଇ ନ ଥିଲା । ଶେଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଥିଲା ।
Comments are closed.