Latest Odisha News

BREAKING NEWS

ଲା ଗଣେଶନ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଲା ଗଣେଶନକୁ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତାମିଲନାଡୁର ଏହି ପୂର୍ବତନ ବିଜେପି ସଭାପତି ରାଜ୍ୟସଭା ସଦସ୍ୟ ମଧ୍ୟ ରହି ସାରିଛନ୍ତି । ସେ ଏକ ଅଭିଜ୍ଞ ସମ୍ପନ୍ନ ରାଜନେତା ହୋଇଥିବାରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ଆଶା କରାଯାଉଛି ।

ସରକାରଙ୍କ ପକ୍ଷରୁ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ଭାରତର ଯେ କୌଣସି ସ୍ଥାନରେ ରହି ତୁଲାଇବାକୁ ପ୍ରସ୍ତୁତ ବୋଲି ଗଣେଶନ କହିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ କେତେକ ରାଜ୍ୟର ରାଜ୍ୟପାଳଙ୍କୁ ଅତିରିକ୍ତ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।

Leave A Reply

Your email address will not be published.