Latest Odisha News

BREAKING NEWS

କାହିଁକି ରବୀନାଙ୍କ ସହ କାମ କରିବାକୁ ପସନ୍ଦ କରୁ ନଥିଲେ ସଲ୍‌ମାନ?

ନୂଆଦିଲ୍ଲୀ: ନିକଟରେ ୪୭ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ ବିୟୁଟି ରବୀନା ଟଣ୍ଡନ। ଏହି ସମୟରେ ରବୀନା ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଏବଂ ତାଙ୍କର ପ୍ରଥମ କୋ-ଷ୍ଟାର ସଲମାନ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ଖୁଲାସା କରିଥିଲେ। ରବୀନା ୧୯୯୧ରେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ପଥର କେ ଫୁଲ୍‌’। ଏଥିରେ ସଲ୍‌ମାନ ଥିଲେ ତାଙ୍କ କୋ ଷ୍ଟାର।

BjdElectrycity

ସଲମାନ ଖାନଙ୍କ ସହ ଡେବ୍ୟୁ କରିବାର ଅଭିଜ୍ଞତା ବିଷୟରେ ରବୀନା କହିଛନ୍ତି ଯେ, “ଆମେ ଗୋଟିଏ କ୍ଲାସର ୨ ଜଣ ଷ୍ଟୁଡେଣ୍ଟ ଭଳି ଥିଲୁ। ପ୍ରତି କଥାରେ ଆମେ ଲଢୁଥିଲୁ। ସେତେବେଳେ ମୋତେ ୧୬ ବର୍ଷ ଓ ସଲମାନ ୨୩ ବର୍ଷର ଥିଲେ। ଆମେ ଦୁହେଁ ସବୁବେଳେ ଝଗଡା କରୁଥିଲୁ।

ସଲମାନ ଏବଂ ମୁଁ ସମାନ ପ୍ରକୃତିର। ସଲିମ ଅଙ୍କଲ ଏବଂ ମୋ ବାପା ଏକାଠି କାମ କରୁଥିଲେ। ଆମେ ଫିଲ୍ମରେ ସୁଟ୍‌ ସମୟରେ ଫାଇଟ କରୁଥିଲୁ। ଯେଉଁଥିପାଇଁ ସଲମାନ ମୋ ସହ କାମ କରିବାକୁ ମଧ୍ୟ ମନା କରିଦେଇଥିଲେ। ଏହାପରେ ଅନ୍ଦାଜ୍‌ ଆପ୍‌ନା ଆପ୍‌ନାରେ ଆମେ ଏକାଠି କାମ କରିଥିଲୁ।

Leave A Reply

Your email address will not be published.