Latest Odisha News

BREAKING NEWS

ପର୍ଣ୍ଣ ସାଇଟ୍ ଚଳାଉଥିଲେ ସାରାଙ୍କ ମା’ ଅମୃତା ସିଂ !

ମୁମ୍ବାଇ: ସାରା ଅଲି ଖାନ ବଲିଉଡ ସହିତ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ମା ଏବଂ ବାପା ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅଛନ୍ତି। ଏକ ସାକ୍ଷାତକାର ସମୟରେ ସାରା ତାଙ୍କ ପିତାମାତାଙ୍କ ଚଳଚ୍ଚିତ୍ର ଦେଖିବା ପରେ ସେ କ’ଣ ଭାବୁଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ବିଶେଷକରି ସୈଫଙ୍କ ଓମକାରା ଏବଂ ଅମୃତା ସିଂଙ୍କ କଲୟୁଗ୍‌ ଦେଖିବା ପରେ ସେ ପିତାମାତାଙ୍କୁ ବହୁତ ଭୁଲ ଚିନ୍ତା କରିଥିଲେ ବୋଲି କହିଥିଲେ।

ଏକ ସାକ୍ଷାତକାରରେ ସାରା ଅଲି ଖାନ କହିଛନ୍ତି ଯେ ଯେତେବେଳେ ସେ ଛୋଟ ଥିଲେ, ସୈଫଙ୍କ ‘ଓମକାରା’ ଦେଖି ସେ ଅନୁଭବ କରିଥିଲେ ଯେ ସୈଫ ଅଲି ଖାନ ମଧ୍ୟ ସମାନ ଭାଷାରେ କଥା ହେଉଛନ୍ତି। ଅନ୍ୟପଟେ ଅମୃତା ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ‘କଲୟୁଗ୍‌’ ଦେଖି ସାରା ଅନୁଭବ କଲେ ଯେ ତାଙ୍କ ମା ଏକ ପର୍ଣ୍ଣ ସାଇଟ୍ ଚଳାଉଛନ୍ତି।

ଅମୃତା ‘କଲୟୁଗ୍‌’ ସହ ବଲିଉଡରେ କମ୍‌ବ୍ୟାକ୍‌ କରିଥିଲେ ଏବଂ ସେ ଜଣେ ମହିଳା ବ୍ୟବସାୟୀ ଭୂମିକାରେ ଅଭିନୟ କରିଥିଲେ, ଯିଏ ପର୍ଣ୍ଣୋଗ୍ରାଫିକ୍‌ ୱାଲର୍ଡକୁ ନିୟନ୍ତ୍ରଣ କରୁଥିଲେ।

Leave A Reply

Your email address will not be published.