Latest Odisha News

BREAKING NEWS

କାହିଁକି ଅକ୍ଷୟଙ୍କ ସହ ଏକାଠି ଅଭିନୟ କରିବାକୁ ପସନ୍ଦ କରନ୍ତିନି ଶାହାରୁଖ୍‌?

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଶାହାରୁଖ୍‌ ଖାନ୍‌ ଏବଂ ଅକ୍ଷୟ କୁମାର ବେଶ୍‌ ପରିଚିତ ନାଁ ଥିଲେ। ଦୁହେଁ ଅନେକ ସୁପର୍‌ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ହେଲେ କେବଳ ଗୋଟିଏ ଫିଲ୍ମକୁ ଛାଡିଦେଲେ ଏକାଠି ଅଭିନୟ କରିନାହାନ୍ତି ଉଭୟ କଳାକାର। ଉଭୟଙ୍କୁ ସୁପର୍‌ହିଟ୍ ଫିଲ୍ମ ‘ଦିଲ୍‌ ତୋ ପାଗଲ୍‌ ହୈ’ ରେ ଦେଖିବାକୁ ମିଳିଥିଲା। ଏଥିରେ ଶାହରୁଖ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

କିଛି ବର୍ଷ ପୂର୍ବେ ଶାହାରୁଖଙ୍କୁ ପଚରାଯାଇଥିଲା ଯେ ଶାହାରୁଖ୍‌ ଏବଂ ଅକ୍ଷୟ କାହିଁକି ଏକାଠି ଫିଲ୍ମ କରୁନାହାଁନ୍ତି? ଏହି ପ୍ରଶ୍ନର ଉତ୍ତରରେ ଶାହାରୁଖ୍‌ କହିଥିଲେ ଯେ ଅକ୍ଷୟ ଏବଂ ତାଙ୍କର କୌଣସି କଥାରେ ତାଳମେଳ ନାହିଁ। “

ଯେତେବେଳେ ଅକ୍ଷୟ ଉଠନ୍ତି ସେତେବେଳେ ମୁଁ ଶୋଇବାକୁ ଯାଏ। ତାଙ୍କ ଦିନ ଶୀଘ୍ର ଆରମ୍ଭ ହୁଏ। ମୁଁ ତଯତେବେଳେ କାମ ଆରମ୍ଭ କରେ ସେତେବେଳେ ତାଙ୍କର ପ୍ୟାକ୍‌ଅପ୍‌ ହୁଏ। ତେଣୁ ତାଙ୍କ ସହ ଅଧିକ ସମୟ କାମ କରିବା ସମ୍ଭବ ନୁହେଁ। ମୋ ଭଳି ରାତିରେ ଶୁଟିଂ କରିବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ। ”

ଶାହରୁଖ କହିଥିଲେ ଯେ ଯଦି ସେମାନେ ପ୍ରକୃତରେ ଏକାଠି କାମ କରନ୍ତି, ତେବେ ସେଟରେ କେବେ ବି ଭେଟ ହେବ ନାହିଁ। ସେ ଆହୁରି କହିଛନ୍ତି ଯେ ମୁଁ ଅକ୍ଷୟଙ୍କ ସହ କାମ କରିବାକୁ ଚାହେଁ, କିନ୍ତୁ ଆମର ସମୟ ମେଳ ହୁଏ ନାହିଁ। ”

Leave A Reply

Your email address will not be published.