Latest Odisha News

ମୟଙ୍କ ଯାଦବଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ ଖବର

ଲକ୍ଷ୍ନୌ: ପଡିଆାକୁ ଫେରିପାରନ୍ତି ଦ୍ରୁତତମ ବୋଲର। ଆଇପିଏଲ ୨୦୨୪ର ଦ୍ରୁତତମ ବୋଲର ମୟଙ୍କ ଯାଦବ ଗତ ମ୍ୟାଚରେ ଅସୁସ୍ଥ ଥିଲେ। ବର୍ତ୍ତମାନ ତାଙ୍କ ଫିଟନେସ୍ ସମ୍ବନ୍ଧରେ ଏକ ଖବର ଆସିଛି । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ତିନୋଟି ଜିତିଥିବା ବେଳେ ଗୋଟିଏରେ ପରାଜୟ ବରଣ କରିଛି । ଏହି ଦଳର ଯୁବ ପେସ୍ ବୋଲର ମୟଙ୍କ ଯାଦବ ବହୁତ ଭଲ ବୋଲିଂ କରିଛନ୍ତି। କିନ୍ତୁ ସେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି  ।

ଏପ୍ରିଲ ୭ ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଲକ୍ଷ୍ନୌର ମୟଙ୍କ ମାତ୍ର ଗୋଟିଏ ଓଭର ବୋଲିଂ କରିବା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। କାରଣ ସେ  ଅସୁସ୍ଥ ଅନୁଭବ କରିଥିଲେ । ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲେଙ୍ଗର ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୌଣସି ସମସ୍ୟା ନ ଥିବାରୁ  ସେ ପ୍ରଥମ ଓଭର ବୋଲିଂ କରିଥିଲେ, କିନ୍ତୁ ତାପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଜଷ୍ଟିନଙ୍କ କହିବା ଅନୁଯାୟୀ ଆମେ ତାଙ୍କର ଏମଆରଆଇ ସ୍କାନ କରିଛୁ ଆଶା କରୁଛୁ ସେ ଖୁବ ଶୀଘ୍ର ଭଲ ହୋଇ ଖେଳିବା ଆରମ୍ଭ କରିବେ । ଖବର ରହିଛି ଯେ ସେ ୧୯ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ। ଆଇପିଏଲର ୨୦୨୪ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ମୟଙ୍କ ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି  । ସେ ମାତ୍ର ୩ ଟି ମ୍ୟାଚରେ ୬ ଟି ୱିକେଟ୍ ହାସଲ କରିଥିବା ବେଳେ ଆଇପିଏଲ ଇତିହାସରେ ଦ୍ରୁତତମ ବଲ୍ ବୋଲିଂ କରିଥିବା ବୋଲର ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି

Leave A Reply

Your email address will not be published.