Latest Odisha News

BREAKING NEWS

ବିଏସକେଓ୍ୱାଇ ବଦଳରେ ଲାଗୁ ହେବାକୁ ଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କେବେ ଲାଗୁ ହେବ?

ଭୁବନେଶ୍ୱର: ନିକଟରେ ବିଧାନସଭାରେ ରାଜ୍ୟ ସରକାର ଆଗତ କରିଥିବା ବଜେଟ ଅନୁଯାୟୀ ପୂର୍ବ ସରକରାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି। ତେବେ ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେ କହିଛନ୍ତି, ବିଏସକେଓ୍ୱାଇ କାର୍ଡ ଏବେ ବି ଚାଲୁ ରହିଛି। ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେଓ୍ୱାଇ ଜାରି ରହିବ। ସରକାର ଏହି ଯୋଜନା ପ୍ରତି ସଚେତନ ଅଛନ୍ତି। ବଜେଟ ଆପ୍ରୋପ୍ରିଏସନ ବିଲ୍ ପାସ୍ ହେଲା ପରେ ନୂଆ କାର୍ଡର ପ୍ରୋସେସ୍ ଆରମ୍ଭ ହେବ।

ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ। ବଜେଟ ଫାଇନାନ୍ସିଆଲ୍ ଷ୍ଟେଟମେଣ୍ଟର ଏକ ପ୍ରୋସେସରେ ୩୦ ତାରିଖରେ ଆମ ଭୋଟ ଅନ୍ ଆକାଉଣ୍ଟ ଫର୍ ଟୁ ମନ୍ଥ ପାସ୍ ହେଇଛି। ଫୁଲ୍ ବଜେଟ ସେପ୍ଟେମ୍ବର ୧୦ ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ। ଏହାପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରବର୍ତ୍ତୀ ସମୟରେ ଆମେ ଏ ଯୋଜନା ଆଣିବୁ ସେବେ ଲଗୁହେବ।

Comments are closed.