Latest Odisha News

BREAKING NEWS

ଝଗଡ଼ା ପରେ ସବୁବେଳେ ଡାଇମଣ୍ଡ ଦାବି କରୁଥିଲେ କି ଧନଶ୍ରୀ ବର୍ମା, ଜାଣନ୍ତୁ… 

ନୂଆଦିଲ୍ଲୀ: କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ପରସ୍ପରଠୁ ଅଲଗା ହୋଇଯାଇଛନ୍ତି। ଏହାରି ମଧ୍ୟରେ ଯୁଜଭେନ୍ଦ୍ରଙ୍କ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧନଶ୍ରୀ ବର୍ମା ଝଗଡ଼ା ପରେ ସବୁବେଳେ ତାଙ୍କ ପାଖରୁ ଡାଇମଣ୍ଡ ଦାବି କରୁଥିଲେ। ତେବେ ସେ ସମୟରେ ଦୁହେଁ ରିଲେସନସିପରେ ଥିଲେ।

ସୂଚନା ଅନୁଯାୟୀ, ଧନଶ୍ରୀ ଡ୍ୟାନ୍ସିଂ ରିଆଲିଟି ଶୋ’ ‘ଝଲକ ଦିଖଲା ଜା’ର ୧୧ତମ ସିଜିନରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ। ଏହାର ଗୋଟିଏ ଏପିସୋଡରେ ତାଙ୍କ ସ୍ୱାମୀ ସେଟକୁ ସରପ୍ରାଇଜ ଭିଜିଟ୍ କରିଥିଲେ। ଏହି ସମୟରେ ଋତ୍ୱିକ ଧନଜାନି ଏବଂ ଗୌହର ଖାନ ଦମ୍ପତିଙ୍କୁ ଏକ ଗେମ୍ ପାଇଁ ମଞ୍ଚକୁ ଡାକିଥିଲେ।

ଯେଉଁଥିରେ ସେମାନଙ୍କୁ ପାଳି କରି ଏକ ପ୍ଲାକାର୍ଡ ଉଠାଇ ୧୦ ସେକେଣ୍ଡ ମଧ୍ୟରେ ସେଥିରେ ଲେଖାଯାଇଥିବା ଶବ୍ଦକୁ ଚିହ୍ନଟ କରିବାରଥିଲା। ସେ ସମୟରେ ଚହଲ ଏକ ପ୍ଲାକାର୍ଡ ଧରିଥିଲେ। ଯେଉଁଥିରେ ଡାଇମଣ୍ଡ। ତେବେ ଏହି କ୍ରିକେଟର ଜଣକ ହିଣ୍ଟସ୍ ଦେବାକୁ ଯାଇ କହିଥିଲେ ସବୁ ଝଗଡ଼ା ପରେ ତୁମେ ଯାହା ମାଗ। ତଥାପି ଏହି ଗେମରେ ହାରିଯାଇଥିଲେ ଚହଲ। ପରେ ଧନଶ୍ରୀ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେ କେବେ ବି ହୀରା ମାଗନ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲ ପ୍ରଥମ ଥର ପାଇଁ ଡ୍ୟାନ୍ସ ଏକାଡେମୀରେ ଦେଖାହୋଇଥିଲେ। ପରେ ଧନଶ୍ରୀ ଏବଂ ୟୁଜଭେନ୍ଦ୍ର ଖୁବ୍ ଶୀଘ୍ର ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ୨୦୨୦ ମସିହାରେ ନିର୍ବନ୍ଧ ହୋଇଥିଲା ବେଳେ ସେହିବର୍ଷ ଡିସେମ୍ବର ଚରେ ବିବାହ କରିଥିଲେ।

ଅଧିକ ପଢନ୍ତୁ- ଫ୍ୟାମିଲି କୋର୍ଟରେ ଛାଡପତ୍ର ନେଲେ ଚହଲ, ଧନଶ୍ରୀ: ରିପୋର୍ଟ

 

Comments are closed.