Latest Odisha News

BREAKING NEWS

କୁଆଡ଼େ ଗଲେ ଏଏସଆଇ ଗୋପାଳଙ୍କ ପରିବାର ?

ବ୍ରହ୍ମପୁର: ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ଘର ବ୍ରହ୍ମପୁର ସହର ଆଙ୍କୁଲିରେ। ପ୍ରଥମେ ମନ୍ତ୍ରୀଙ୍କ ଉପରେ ଗୋପାଳ ଗୁଳି ଚଳାଇଥିବା ଖବର ଆସିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଗହଳି ଲାଗିଥିଲା। ଗୋପାଳଙ୍କ ପତ୍ନୀ ଜୟନ୍ତୀ ଏବଂ ତାଙ୍କ ପୁଅଙ୍କ ଠାରୁ ଗଣମାଧ୍ୟମ ପ୍ରତିନିଧିମାନେ ମତାମତ ନେଇଥିଲେ। ତେବେ ସନ୍ଧ୍ୟାରେ ମନ୍ତ୍ରୀଙ୍କ ମୃତ୍ୟୁ ନେଇ ଘୋଷଣା ହୋଇଥିଲା। ଏହା ପରଠୁ ଗୋପାଳଙ୍କ ପରିବାର ବର୍ଗ କେଉଁଆଡ଼େ ଚାଲିଯାଇଥିବା ସାହିବାସୀଙ୍କ ସୂତ୍ରରୁ ସୂଚନା ମିଳିଛି। ଘରେ ତାଲା ପଡ଼ିଛି। ନାମଫଳକ ମଧ୍ୟ କାଢ଼ି ଦିଆଯାଇଛି। ସେମାନେ କୁଆଡ଼େ ଏବଂ କାହିଁକି ଗଲେ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.