Latest Odisha News

BREAKING NEWS

କେଉଁଠି ପ୍ରଥମେ ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁଲା, ପବନର ବେଗ କେତେ ରହିଥିଲା?

ଅହମଦାବାଦ: ଗୁଜରାଟର ଜଖଉ ବନ୍ଦରରେ ବାତ୍ୟା ‘ବିର୍ପଯ୍ୟୟ’ ସ୍ଥଳଭାଗ ଛୁଇଁ ସାରିଛି। ଏହି ସମୟରେ ୧୨୫-୧୪୦ କିଲୋମିଟର ବଗେରେ ପବନ ବହୁଛି। ଏହା ପୂର୍ବରୁ ଗୁଜରାଟ ସରକାର ଉପକୂଳର୍ବତ୍ତୀ ଅଞ୍ଚଳର ୧୦ କିଲୋମିଟର ଦୂରତାରୁ ୭୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ସାରିଥିଲା। ସେମାନଙ୍କୁ ଏବେ ଅସ୍ଥାୟୀ ଶିବିରରେ ରଖାଯାଇଛି।

ଗୁଜରାଟର ୮ଟି ଜିଲ୍ଲାରେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ, ଏନଡିଆରଏଫ, ଏସଡିଆରଏଫ ନିୟୋଜିତ ହୋଇଛନ୍ତି। ଏଥି ସହିତ ବିଭିନ୍ନ ରାଜ୍ୟରେ ମୋଟ ୪୨ ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି। ବାତ୍ୟା ବାବଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସର୍ତକ ଅଛି ଏବଂ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ମୁହୂର୍ତ୍ତରେ ସୂଚନା ନେଉଛନ୍ତି।

ଗୁଜରାଟର ଅନକେ ସହରରେ ବିଦ୍ୟୁତ୍ କାଟ ହୋଇଛି। ଏଥିସହିତ ସମୁଦ୍ରରେ ୫ ମିଟର ଉଚ୍ଚର ଢେଉ ଉଠୁଛି। କୁହାଯାଉଛି ଯେ ଏହି ସାମୁଦ୍ରିକ ଝଡ ମଧ୍ୟରାତ୍ରୀ ଯାଏଁ ସକ୍ରିୟ ରହିବ। ଅର୍ଥାତ ରାତି ୧୨ଟା ପର୍ଯ୍ୟନ୍ତ।

ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ଏକ ରେଡ୍ ଆର୍ଲଟ ଜାରି କରାଯାଇଛି। ଏଥି ସହିତ କଚ୍ଛ ଏବଂ ଦ୍ୱାରକାରେ ମଧ୍ୟ ବିଦ୍ୟୁତ କାଟ କରାଯାଇଛି। ବାତ୍ୟା ସ୍ଥଳ ଭାଗ ଛୁଇଁବା ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଦେଖାଯାଉଛି।

ବାତ୍ୟା ବିପର୍ଯ୍ୟୟ କାରଣରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି। କଚ୍ଛ, ଦ୍ୱାରକା ସମତେ ୮ଟି ଜିଲ୍ଲା ଦେଇ ଯାଉଥିବା ଯାତ୍ରୀ ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଛି । ମୋଟ ୧୨୫ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଏଥିସହିତ, ଟ୍ରେନ ଗୁଡିକରେ ଔଷଧ ଏବଂ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ଦିଲ୍ଲୀର ପାଣିପାଗ ବିଭାଗର ମୁଖ୍ୟାଳୟରେ ବାତ୍ୟା ବିର୍ପଯ୍ୟୟ ଉପରେ ନଜର ରଖାଯାଉଛି। ଏଠାରେ ଏକ ଓ୍ୱାର ରୁମ୍ ତିଆରି କରାଯାଇ ଅନୁଧ୍ୟାନ କରାଯାଉଛି।

Leave A Reply

Your email address will not be published.