Latest Odisha News

BREAKING NEWS

୧୩୮ ଜଣଙ୍କ ବିବାହ ବିଚ୍ଛେଦ ରୋକିଥିବା ଓକିଲଙ୍କ ପରିବାର ଭାଙ୍ଗିଲା

ଅହମ୍ମଦାବାଦ: ଗୁଜରାଟର ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୧୬ ବର୍ଷ ଓକିଲାତି କ୍ୟାରିୟରରେ ୧୩୮ ଦମ୍ପତିଙ୍କ ବିବାହ ବିଚ୍ଛେଦ ରୋକିଥିବା ଜଣେ ଓକିଲଙ୍କ ବିବାହ କିନ୍ତୁ ତିଷ୍ଠି ପାରିନି । ଆର୍ଥୀକ ଅସୁବିଧା ଯୋଗୁ ତାଙ୍କର ବିବାହ ବିଚ୍ଛେଦ ଘଟିଛି । ତାଙ୍କ ଝିଅ ଏବେ ଓକିଲାତି କରୁଛନ୍ତି । ସେ କୋର୍ଟଙ୍କ ନିକଟରେ ବାପାଙ୍କ ସହ ରହିବେ ବୋଲି ନିଷ୍ପତି ନେଇଛନ୍ତି, ଯାହାକି କୋର୍ଟ ଗ୍ରହଣ କରିଛନ୍ତି । ଓକିଲଙ୍କ ପତ୍ନୀ ତାଙ୍କ ଭରଣପୋଷଣ ପାଇଁ ଅର୍ଥ ଦାବୀ କରି ନାହାନ୍ତି । ଓକିଲ ଜଣଙ୍କ ଯେତେବେଳେ ପ୍ରାକ୍ଟିଶ ଆରମ୍ଭ କରିଥିଲେ ସେ ସମୟରେ ତାଙ୍କ ବଡ ଭାଇଙ୍କ ଝିଅଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଏହା ପରେ ସେ ନିଷ୍ପତି ନେଇଥିଲେ ଆଉ କାହାର ଯେପରି ବିବାହ ବିଚ୍ଛେନ ନ ଘଟେ ।

ଯେଉଁ ଯୋଡି ଛାଡପତ୍ର ଆବେଦନ କରିବାକୁ ଆସିଥାନ୍ତି ସେ ସେମାନଙ୍କୁ ବୁଝା ଶୁଝା କରି ଏଥିରୁ ବିରତି ରହିବା ପାଇଁ ପରାମର୍ଶ ଦେଇଥାନ୍ତି । ଯେ ହେତୁ ସେ କେସ ଲଢ଼ନ୍ତି ନାହ ଆୟ କମିଯାଏ ଏବଂ ପାରିବାରିତ ଭରଣପୋଷଣ ହୋଇ ପାରେନି । ଅନ୍ୟ ଓକିଲଙ୍କ ଆୟ ଦେଖି ମୋ ପତ୍ନୀ ମୋତେ ଗରୀବ ଭାବେ ଚିତ୍ରଣ କରିଥାଏ । ଧିରେ ଧିରେ ଏହା ଅଶାନ୍ତିର ରୂପ ନେଇଥିଲା । ଶେଷରେ ପତ୍ନୀ ଛାଡପତ୍ର ପାଇଁ ଜିଦ ଧରିଥିଲେ । ସମସ୍ତ ଉଦ୍ୟମ ସତ୍ୱେ ସେ ନ ବୁଝିବାରୁ ବାଧ୍ୟହୋଇ ଛାଡପତ୍ର ଆବେଦନରେ ସ୍ୱାକ୍ଷର କଲି ବୋଲି ଓକିଲ ଜଣଙ୍କ କହିଛନ୍ତି । ତାଙ୍କ ବିବାହ ବିଚ୍ଛେଦ ପରେ ଜଣେ ବ୍ୟକ୍ତି ଭଲ ହୋଇ ବଂଚିବାକୁ ଚେଷ୍ଟା କଲେ କିଭଳି ଅସୁବିଧାର ସମ୍ମୁଖୀନ ହୁଏ ତାହା ଏଥିରୁ ପ୍ରମାଣିତ ହୋଇଛି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.