Latest Odisha News

ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍….

ଭୁବନେଶ୍ଵର: ଆମ ସମାଜରେ ଜଣେ ଜଣଙ୍କ ଖୁସି ପାଇଁ ଉପହାର ଦେବାର ପରମ୍ପରା ରହିଛି । ଅନେକ ଶୁଭ ଅବସରରେ ଆମେ ଆମର ବନ୍ଧୁ ଏବଂ ପରିଜନ ମାନଙ୍କୁ ଉପହାରରେ ବହୁତ ଜିନିଷ ଦେଇଥାନ୍ତି ଏବଂ ନେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ ଜିନିଷ ଏମିତି ଅଛି ଯାହାକୁ ଉପହାରରେ ଦେବା ଦ୍ବାରା ଅଶୁଭ ଫଳର ପ୍ରାପ୍ତି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଉପହାରରେ ଦେବା ଦ୍ବାରା ଆପଣଙ୍କର ଆର୍ଥିକ କ୍ଷତି ଏବଂ ଚିନ୍ତା ବଢ଼ିଥାଏ।

ଗଣେଷ ମୂର୍ତ୍ତି ସହ ଲକ୍ଷ୍ମୀ ମୂର୍ତ୍ତି

ଅନେକ ଶୁଭ ଅବସରରେ ସବୁବେଳେ ପରଷ୍ପରକୁ ଉପହାର ଦେବାବେଳେ ପ୍ରଥମେ ଗଣେଷ ମୂର୍ତ୍ତି ମନକୁ ଆସିଥାଏ ଏବଂ ଗଣେଷ ମୂର୍ତ୍ତି ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ଦେଇଥାନ୍ତି । ତେବେ କେବେ ମଧ୍ୟ ଗଣେଷ ମୂର୍ତ୍ତି ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବା ଉଚିତ ନୁହେଁ । ଏହି କାରଣରୁ ଧନ ପ୍ରାପ୍ତି ବଦଳରେ ଧନର କ୍ଷତି ହୋଇଥାଏ । କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ଭଗବାନ ଗଣେଷଙ୍କର ମାତା ଅଟନ୍ତି ।

ଧାରଯୁକ୍ତ ହତିଆର

ବାସ୍ତୁ ଶାସ୍ତ୍ରରେ ଧାରଯୁକ୍ତ ହତିଆର କିମ୍ବା ଧାରୁଆ ଜିନିଷକୁ ଉପହାରରେ ଦେବା ଉଚିତ ନୁହେଁ। ଏହି ପ୍ରକାର ଉପହାର ନେବା ଏବଂ ଦେବା ଦ୍ବାରା ଘରେ ଅଶାନ୍ତିର ମାହୋଲ ରହିଥାଏ।

କଳା ରଙ୍ଗର କପଡା ଓ ଜୋତା

କାହାକୁ ମଧ୍ୟ କଳା ରଙ୍ଗର କପଡା ଏବଂ ଜୋତାକୁ ଉପହାରରେ ଦେବା ଉଚିତ ନୁହେଁ କାରଣ ଏହା ଅଶୁଭ ବୋଲି ଧରାଯାଏ କଳା ରଙ୍ଗର କପଡାକୁ ଉପହାରରେ ଦେବା ଦ୍ବାରା ଜୀବନରେ ବିଶ୍ରୁଙ୍ଖଳା ବଢ଼ି ଯାଇଥାଏ।

ହିଂସ୍ର ପଶୁ

ଉପହାରରେ ହିଂସ୍ର ପଶୁଙ୍କ ଫଟୋ ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ । ଏହିଭଳି ଫଟୋକୁ ଉପହାରରେ ଦେବା ଦ୍ବାରା ପରିବେଶରେ ଅଶାନ୍ତି ସ୍ରୁଷ୍ଟି ହୋଇଥାଏ।

ରୁମାଲ

ବାସ୍ତୁ ଅନୁସାରେ କାହାକୁ ମଧ୍ୟ ରୁମାଲକୁ ଉପହାର ସ୍ବରୂପ ଦେବା ଉଚିତ ନୁହେଁ। ରୁମାଲକୁ ଉପହାରରେ ଦେବା ଦ୍ବାରା ନକାରାତ୍ମକ ବଢ଼ିଥାଏ । ଏହାଛଡା ସମ୍ପର୍କରେ ଫାଟ ସ୍ରୁଷ୍ଟି ହୋଇଥାଏ।

Leave A Reply

Your email address will not be published.