Latest Odisha News

BREAKING NEWS

ବ୍ୟାଙ୍କରୁ ବାହାରିଥିବା ଇ-ବର୍ଜ୍ୟବସ୍ତୁରେ କଳାକୃତି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବିଭିନ୍ନ ପ୍ରକାର ବର୍ଜ୍ୟ ଇଲେକ୍‌ଟ୍ରୋନି୍‌କ୍ସ ସାମଗ୍ରୀର କିଭଳି ସଠିକ୍ ପରିଚାଳନା ହୋଇପାରିବ ତା ଉପରେ ରହୁଛି ପ୍ରାଥମିକତା । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ଇ ବର୍ଜ୍ୟବସ୍ତୁକୁ ନେଇ କଳାକୃତି ନିର୍ମାଣ ହୋଇଥିବା ବେଳେ ରାଜସ୍ଥାନ ଜୟପୁରର ଜଣେ ଶିଳ୍ପୀ ଏହାକୁ ସଠିକ୍ ପରିଚାଳନା କରି ଚର୍ଚ୍ଚିତ ହୋଇଛନ୍ତି । ବର୍ଜ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀକୁ ବ୍ୟବହାର କରି ତିଆରି କରିଛନ୍ତି ମୂର୍ତ୍ତି ।

ଜୟପୁରର ମୁକେଶ କୁମାର ଜୱାଲା ନାମକ ଯୁବକ ବ୍ୟାଙ୍କରୁ ବାହାରିଥିବା ପୁରୁଣା ଇଲେକ୍‌ଟ୍ରୋନିକ୍ସ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ୩ଟି ମହିଳାଙ୍କ ମୂର୍ତ୍ତି ତିଆରି କରିଛନ୍ତି । ଏହାର ଉଚ୍ଚତା ୧୦ ଫୁଟ ରହିଛି । ଷ୍ଟାଚ୍ୟୁର ନାମ ରଖିଛନ୍ତିି ‘ମାତ୍ରକ’, ଯାହାର ଅର୍ଥ ଜଣେ ମହିଳା ବା ସୃଷ୍ଟିକର୍ତ୍ତା । ଷ୍ଟାଚ୍ୟୁଟିରେ ଜଣେ ମହିଳା ଚକା ପକାଇ ବସିବା ସହ ହାତ ଯୋଡ଼ିଥିବା ନଜରକୁ ଆସିଛି । ତାଙ୍କ ମୁହଁ ଏସ୍‌ବିଆଇର ଲୋଗୋ ସଦୃଶ । ଆର୍ଟିଷ୍ଟ୍ ମୁକେଶ ଏହି ଷ୍ଟାଚ୍ୟୁକୁ ତିଆରି କରିବା ପାଇଁ କମ୍ପ୍ୟୁଟରର ବିଭିନ୍ନ ସରଞ୍ଜାମ ବ୍ୟବହାର କରିଛନ୍ତି । ୨୫୦ଟି ଡେକ୍ସଟପ୍‌, ୨୦୦ଟି ମଦର ବୋର୍ଡ, ଡେବିଡ୍ ଓ କ୍ରେଡିଟ୍ କାର୍ଡ, ମାଉସ୍‌, ଡିଭିଡି ରାଇର୍ଟ ଭଳି ବ୍ୟାଙ୍କରେ ବ୍ୟବହୃତ ଇ-ବର୍ଜ୍ୟବସ୍ତୁକୁ ଏଥିରେ ଲଗାଇଛନ୍ତି । ଏହାକୁ ତିଆରି କରିବା ପାଇଁ ତାଙ୍କ ଟିମ୍‌କୁ ଏକ ମାସ ସମୟ ଲାଗିଥିଲା । ଇ ବର୍ଜ୍ୟବସ୍ତୁକୁ ସାନି ବ୍ୟବହାର ପାଇଁ ଏହା ଉତ୍ତମ ଉଦ୍ୟମ ବୋଲି ଅନେକ ମତ ରଖିଛନ୍ତି ।

 

Leave A Reply

Your email address will not be published.