Latest Odisha News

BREAKING NEWS

ଚୀନ ବିଦେଶ ମନ୍ତ୍ରୀ ନିଖୋଜ; ଗତମାସରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ

ବେଜିଂ: କୁଆଡେ ଗଲେ ଚୀନ ବିଦେଶ ମନ୍ତ୍ରୀ ? ଗତ ମାସ ୨୫ ତାରିଖରୁ କେଉଁଠି ଦେଖିବାକୁ ମିଳୁ ନାହାନ୍ତି ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ । ନିଖୋଜ ହୋଇ ଯାଇଛନ୍ତି କି ଚୀନ ବିଦେଶ ମନ୍ତ୍ରୀ ? କାରଣ ଚଳିତ ମାସ ୧୩ ଓ ୧୪ ତାରିଖରେ ଜାକର୍ତ୍ତାଠାରେ ହେବାକୁ ଥିବା ବିଦେଶ ମନ୍ତ୍ରୀଙ୍କ ବୈଠକରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ତାଙ୍କ ବଦଳରେ ଏହି ବୈଠକରେ ପ୍ରତିନିଧି୍‌୰ କରିଥିଲେ ପୂର୍ବତନ ବିଦେଶ ମନ୍ତ୍ରୀ ।

ଚୀନ ବିଦେଶ ମନ୍ତ୍ରୀଙ୍କୁ ଗତମାସ ୨୫ ତାରିଖରେ ରୁଷ ଉପବୈଦେଶିକ ମନ୍ତ୍ରୀ ରୁଡେଙ୍କୋ ଆଣ୍ଡ୍ରେ ୟୁରେଭିଚଙ୍କ ସହ ଏକ ବୈଠକରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ତା ପରଠାରୁ ଆଉ ଦେଖିବାକୁ ମିଳୁନାହାନ୍ତି । ଏପରିକି ଜାକର୍ତ୍ତାଠାରେ ହୋଇଥିବା ଅନୁଷ୍ଠିତ ଦକ୍ଷିଣ ଏସୀୟ ଦେଶ ସଂଗଠନ ବୈଠକରେ ଯୋଗ ଦେଇ ନ ଥିଲେ । ତାଙ୍କ ବଦଳରେ ବିଦେଶ ବ୍ୟାପାର କମିଶନ ନିର୍ଦ୍ଦେଶକ :ାଙ୍ଗ ୟି ଏହି ବୈଠକରେ ଯୋଗ ଦେଇଥିଲେ ।

ସ୍ୱାସ୍ଥ୍ୟଗତ କାରଣରୁ ସେ ଯୋଗ ଦେଇ ପାରି ନ ଥିବା ବିଭାଗ ପକ୍ଷରୁ କୁହାଯାଇଥିଲା । ହେଲେ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ ଗାଙ୍ଗଙ୍କ ଦେହ ଅସୁସ୍ଥ ହେବା କିମ୍ବା ଚିକିତ୍ସାଧୀନ ହେବା କଥା କୌଣସି ଗଣମାଧ୍ୟମରେ ପ୍ରକାଶ ପାଇନାହିଁ କିମ୍ବା ଫଟୋ କି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିନାହିଁ ।

ତେବେ ଗାଙ୍ଗଙ୍କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି । କୁହାଯାଉଛି, ହଂକଂର ଫିନିକ୍ସି ଟିଭିର ଉପସ୍ଥାପିକା ଫୁ ସାଓଟିଆନଙ୍କ ସହ ଗାଙ୍ଗଙ୍କର ପ୍ରେମ ସମ୍ପର୍କ ରହିଛି । ଫୁ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ସହ ସମ୍ପର୍କରୁ ଗାଙ୍ଗଙ୍କର ଏକ ସନ୍ତାନ ବିଅଛି । ଯଦି ଏହି ଗୁଜବ ସତ ହୁଏ ତେବେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଅସହ୍ୟ ହେବ ।ତେଣୁ ସେ ତାଙ୍କୁ ପଦବୀରୁ ହଟାଇବା ପାଇଁ ଉଦ୍ୟମ କରିପାରନ୍ତି ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.