ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା ହସିବାକୁ ଚେଷ୍ଟା କଲା । ତା’ ହସଟି ଜୋର ଜବରଦସ୍ତ ହସୁଥିବା ପରି ମଧ୍ୟ ଜଣାପଡ଼ୁଥିଲା ।
“ସୌଭାଗ୍ୟ ତ ମୋ’ର ସାର୍ । ଅନେକ କୃତଜ୍ଞ ଆପଣଙ୍କ ପାଖରେ । ମତେ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ ଆପଣ ରାଜି ହୋଇଛନ୍ତି । କେତେଜଣ ବା ରାଜିହେବେ ଏମିତି, ସେମାନଙ୍କ ପିଲାମାନଙ୍କ ଅଳ୍ପ କେଇଦିନର ସାଙ୍ଗକୁ ସେମାନଙ୍କ ସାଥିରେ ଘରକୁ ନେବା ପାଇଁ ସତରେ!” ତା’ କଣ୍ଠ କୃତଜ୍ଞତାରେ ଆର୍ଦ୍ର ହୋଇଆସିଥିଲା ।
ମିଃ. ପରିମଲ, ବୀରାକୁ କୋଳେଇ ନେଲେ । ତାଙ୍କ କାନ୍ଧ ଉପରେ ମୁହଁ ରଖୁରଖୁ, ତା’ ଆଖି ରୋହାନ୍ର
ଆଖି ଉପରେ ନିବଦ୍ଧ ହେଲା । ତା\\’ ମୁହଁରେ ହସଟିଏ ଖେଳିଗଲା । ରୋହାନ୍ ଧଳା ଟିସାର୍ଟି, ନୀଳ ଜିନ୍ସ୍ ପ୍ୟାଣ୍ଟ ଓ ଗୋଟିଏ କଳା ଜ୍ୟାକେଟ୍ ପିନ୍ଧିଥିଲା, ଏବେ ତା’ କେଶ ସବୁବେଳ ପରି ସେମିତି ଅଲରା ଦେଖାଯାଉଥିଲା ।
ସେ ଖୁବ୍ ବିନ୍ଦାସ୍ ଲାଗୁଥିଲା, ତା’ ଭାବଭଙ୍ଗୀ ଯେମିତି ଜଣେଇ ଦେଉଥିଲା “ମୁଁ ଏବେଏବେ ଶେଯ ଛାଡ଼ିଛି ଆଉ କେମିତି ବି ଦିଶେ , ସେଥିପାଇଁ ଖାତିର କରେନି ।
ସିଡ଼୍ ସେ ପର୍ଯ୍ୟନ୍ତ ତା’ ବାପାଙ୍କୁ ଦେଖିନଥାଏ । ବୋଧହୁଏ ସେ ତା’ପ୍ରିୟ ସାର୍ଟଟିକୁ ରୁମ୍ରେ ଛାଡ଼ି ଚାଲିଯାଇଥିଲା, ଏବେ ସେ ସେଇ ସାର୍ଟ ବିନା ଯେମିତି ରହିପାରିବ ନାହିଁ ସେଥିପାଇଁ, ସେ ଫେରି ଆସିଥିଲା ସେଇ ସାର୍ଟଟିକୁ ନେବାପାଇଁ ତାଙ୍କ ରୁମ୍ରୁ । ସେଇ ସାର୍ଟଟିକୁ ହାତରେ ଧରି ଏବଂ ତା\’ ବିଷୟରେ କହି କହି, ସେ ପାହାଚରୁ ଓହ୍ଲେଇ ହିଁ ଥିଲା, ସେ ତା’ ଡାଡ଼୍ଙ୍କୁ ପ୍ରଥମଥର ପାଇଁ ସେଠି ଠିଆହୋଇଥିବାର ଦେଖିଲା । ବୀରା ନିରୀକ୍ଷଣ କଲା ସିଡ଼୍କୁ ଦେଖି ତା’ ଡାଡ଼୍ ସିଧା ହୋଇ ଛିଡ଼ା ହୋଇ ଗମ୍ଭୀର ଗଳାରେ କହିଲେ, “ସୁପ୍ରଭାତ ସିଦ୍ଧାର୍ଥ ।” ହାତରେ “ଆଇ ଆମ୍ କୁଲେଷ୍ଟ” ଲେଖା ହୋଇଥିବା ସାର୍ଟ ଧରି ଠିଆ ହୋଇଥିବା ସିଡ଼୍ର ନାକପୁଡ଼ା ଫୁଲି ଉଠିଲା ।
କ୍ରମଶଃ
Comments are closed.