Latest Odisha News

BREAKING NEWS

ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝି କେଉଁଠି? ବଢୁଛି ସସପେନ୍ସ

ଯୋଡ଼ା : ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଜୁଛି ପୋଲିସ । ତାଙ୍କ ଦେହରେ ବିଷକ୍ରିୟା କେମିତି ହେଲା, ସେନେଇ କାରଣ ଖୋଜୁଛି ପୋଲିସ । ସେ ନିଜେ ବିଷ ପିଇଛନ୍ତି ନା ଆଉ କି ଷଡଯନ୍ତ୍ର ହୋଇଛି, ତନାଘନା ଆରମ୍ଭ ହୋଇଛି । ଏପରିସ୍ଥଳେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କୁ ପୋଲିସ ଖୋଜୁଛି । କେଉଁଠି ଅଛନ୍ତି ଦିବ୍ୟରଞ୍ଜନ? ଶୁଭଶ୍ରୀଙ୍କ ମୃତ୍ୟୁ ଖବର ପରେ ସେ ଆତ୍ମଗୋପନ କରିଛନ୍ତି କାହିଁକି?

ତଦନ୍ତରୁ ଜଣାପଡିଛିଯେ, ଡିସେମ୍ୱର ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ପୋଲିସ ନିକଟରେ ଦିବ୍ୟରଞ୍ଜନଙ୍କ ନାଁରେ ଦେଇଥିଲେ ଏତଲା । ବିବାହ ଆଳରେ ତାଙ୍କ ସହିତ ଶାରିରୀକ ସମ୍ୱନ୍ଧ ରଖିଥିଲେ ଦିବ୍ୟରଞ୍ଜନ । ଏବେ ସେ ମନା କରୁଥିବା ଏତଲାରେ ଉଲ୍ଲେଖ କରିଥିଲେ ଶୁଭଶ୍ରୀ ।

୬ବର୍ଷ ତଳେ ଦୁହିଁଙ୍କ ଭେଟ ହୋଇଥିଲା । ବିବାହ ନାଁରେ ସେପ୍ଟେମ୍ୱର ୧୮ ତାରିଖ ଓ ଅକ୍ଟୋବର ୧୦ ତାରିଖରେ ଦୁହେଁ ଶାରିରୀକ ସମ୍ପର୍କ ରଖିଥିଲେ । କିନ୍ତୁ ବିବାହ କରିବାକୁ ପଛଘୁଞ୍ଚା ଦେଉଥିବାରୁ ଶୁଭଶ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏତଲାକୁ ଭିତ୍ତି କରି ମାମଲା ରୁଜୁ କରିବା ପରେ ବଡବିଲ ଜେଏମଏଫସି କୋର୍ଟରେ ଶୁଭଶ୍ରୀଙ୍କ ବୟାନ ରେକର୍ଡ ହୋଇଥିଲା । ଦିବ୍ୟରଞ୍ଜନ କେଉଁଝର ଜିଲ୍ଲା ରୁଗୁଡି ଅଞ୍ଚଳରେ ଥିବା ଏକ ମାଇନିଂ କମ୍ପାନୀରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ଏକ ସାଙ୍ଗ ବାହାଘରରେ ଯୋଗ ଦେବାକୁ କହି କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ । କେବଳ ସେତିକି ନୁହେଁ, ସେ ଚାକିରିରୁ ମଧ୍ୟ ଇସ୍ତଫା ଦେଇଥିଲେ । ତାପରେ ତାଙ୍କ ଫୋନ ବନ୍ଦ ଆସିଥିଲେ ଓ ତାଙ୍କ ପତ୍ତା ମିଳିନଥିଲା ।

ଶୁଭଶ୍ରୀଙ୍କ ମୃତ୍ୟୁ ବିଷ ଯୋଗୁଁ ହୋଇଥିବା ଜଣାପଡିବା ପରେ ମାମଲା ଅତି ଗମ୍ଭୀର ହୋଇପଡିଛି । ଦିବ୍ୟରଞ୍ଜନଙ୍କୁ ଧରିଲେ ପୋଲିସ ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଲିବ ।

Leave A Reply

Your email address will not be published.