Latest Odisha News

କଶ୍ମୀର ଗେଟ ହନୁମାନ ମନ୍ଦିରରେ ପ୍ରିୟଙ୍କାଙ୍କ ସହ ରାହୁଲ; ଏହି ମନ୍ଦିର ସହ ରହିଛି ପାରିବାରିକ ସମ୍ପର୍କ

ନୂଆଦିଲ୍ଲୀ: ବ୍ରେକ ପରେ ପୁଣି ଆରମ୍ଭ ହୋଇଛି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ନିଜେ ରାହୁଲ । ଦିଲ୍ଲୀର କାଶ୍ମୀର ଗେଟ ପାଖରେ ଥିବା ପ୍ରାଚୀନ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ରାହୁଲ ।

ଶୀତକାଳୀନ ବ୍ରେକ ପରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ପୁଣି ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି । ଉଭୟେ ରାହୁଲ ଏବଂ ପ୍ରିୟଙ୍କା କଶ୍ମୀର ଗେଟ ପାଖରେ ଥିବା ପ୍ରାଚୀନ ହନୁମାନ ମନ୍ଦିର ଯାଇଥିଲେ । ସେଠାରେ ହୁମାନଙ୍କ ଦର୍ଶନ କରିଥିଲେ । ଦିଲ୍ଲୀରେ ଏହି ମନ୍ଦିର ବେଶ ପ୍ରସିଦ୍ଧ । ରାହୁଲ ଏହି ମନ୍ଦିରରୁ ହିଁ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ ।

ମନ୍ଦିରରେ ରାହୁଲ ୧୫ ମିନିଟ ଅଟକି ଥିଲେ । ପ୍ରଭୁ ହନୁମାନଙ୍କ ଦର୍ଶନ ପରେ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ । ମନ୍ଦିରର ପୂଜାରୀ ତାଙ୍କ ମସ୍ତକରେ ତିଳକ ଲଗାଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଗଦାକୁ ନେଇ ଏହାକୁ ବୁଲାଇଥିଲେ । ତା’ ପରେ ପୁଣି ପଦଯାତ୍ରାରେ ବାହାରିଥିଲେ ରାହୁଲ ।

ଏହି ପ୍ରାଚୀନ ହନୁମାନ ମନ୍ଦିର ସହ ଗାନ୍ଧି ପରିବାରର ପୁରୁଣା ସମ୍ପର୍କ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦାଦି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ୧୯୭୩ରେ ଏହି ମନ୍ଦିର ଦର୍ଶନ ପାଇଁ ଆସୁଥିଲେ । ସେତିକି ନୁହେଁ, ରାହୁଲଙ୍କ ବାପା ରାଜୀବ ଗାନ୍ଧି ଏବଂ ସଞ୍ଜୟ ଗାନ୍ଧି ମଧ୍ୟ ଏହି ମନ୍ଦିରକୁ ଯାଉଥିଲେ ।

ଆଜି ରାହୁଲ ତାଙ୍କର ଭାରତଯୋଡୋ ଯାତ୍ରା ଆରମ୍ଭ କରି ଦଙ୍ଗା ପ୍ରଭାବିତ ମୌଜପୁର, ଜାଫରାବାଦ, ଗୋକୁଳପୁରୀ ଦେଇ ୟୁପିରେ ପ୍ରବେଶ କରିବେ ।

Leave A Reply

Your email address will not be published.