Latest Odisha News

ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା

କେଉଁ ରଙ୍ଗ ପସନ୍ଦ କରନ୍ତି ଆପଣ ? ଆପଣ ଜାଣନ୍ତି କି ଆପଣଙ୍କ ଫେବରେଟ୍ କଲର୍ କେଉଁଠି ନା କେଉଁଠି ନିଜର ପର୍ସନାଲିଟି ସମ୍ପର୍କରେ ବହୁତ କିଛି କୁହେ। ଆଜି ଆପଣଙ୍କ ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା। ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପର୍ସନାଲିଟି ସମ୍ପର୍କରେ।

ଦି ମାଇଣ୍ଡ ଜର୍ନାଲ୍ ମୁତାବକ ଯଦି ଆପଣଙ୍କୁ ନୀଳ (Blue), ବାଇଗଣି (Violet), ସବୁଜ (Green) ରଙ୍ଗ ପସନ୍ଦ ତେବେ ଆପଣ ସର୍ବଦା ଆରାମରେ ରହିବାକୁ ପସନ୍ଦ କରନ୍ତି। ଅର୍ଥାତ୍ ଆପଣ ଶାନ୍ତ ପ୍ରକୃତିର ବ୍ୟକ୍ତି।

ଯଦି ଆପଣଙ୍କୁ ଲାଲ୍ (Red), ହଳଦିଆ (Yellow), କମଳା (Orange) ରଙ୍ଗ ପସନ୍ଦ ତେବେ ଆପଣ ଜଣେ ଫ୍ରେଣ୍ଡଲି, ଅଧିକ ମିଶାଣିଆ ଏବଂ ବହୁତ ଖୁସିରେ ରହିବାକୁ ପସନ୍ଦ କରନ୍ତି। ଅର୍ଥାତ୍ ଆପଣ ଖୋଲା କଥା କୁହା ବ୍ୟକ୍ତି। ଖୁବ ଶୀଘ୍ର ରାଗନ୍ତି ନାହିଁ ଏବଂ କୌଣସି ଖରାପ କଥା ସହଜରେ ମନକୁ ନିଅନ୍ତି ନାହିଁ। ଖୋଲା କଥା କୁହା ବ୍ୟକ୍ତି ଆପଣଙ୍କ ପ୍ରକୃତି।

ଯଦି ଆପଣଙ୍କୁ ବାଦାମୀ (Brown), ଧୂସର (Gray), କଳା (Black) ରଙ୍ଗ ପସନ୍ଦ ତେବେ ଆପଣ ବହୁତ ପ୍ରାକ୍ଟିକାଲ, ରିଜର୍ବ ଏବଂ ଲଙ୍ଗ୍ ଟର୍ମ୍ ଗୋଲ୍ସରେ ବିଶ୍ୱାସ ରଖନ୍ତି। ଅର୍ଥାତ୍ ଆପଣଙ୍କ ଲକ୍ଷ୍ୟସ୍ଥଳ ସ୍ଥିର ଏବଂ ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ପ୍ରୟାସ କରନ୍ତି। ଏପରି ବ୍ୟକ୍ତି ନିଜର ସମସ୍ତ ନିଷ୍ପତ୍ତି ବହୁତ ସାବଧାନତାର ସହ ନିଅନ୍ତି। ଯେକୌଣସି ବିବାଦରେ ପଡିବା ପୂର୍ବରୁ ସତର୍କ ହୋଇଯାଆନ୍ତି।

ଧଳା ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ନିରୀହ ଅଟନ୍ତି। ଏହି ରଙ୍ଗ ଶାନ୍ତି ଏବଂ ପବିତ୍ରର ପ୍ରତିକ। ଆପଣଙ୍କୁ ସାଧାସିଧା ଜୀବନ ବହୁତ ପସନ୍ଦ। ଆପଣ ନିଜେ ସରଳ ଏବଂ ସରଳ ବ୍ୟକ୍ତିତ୍ୱ ଥିବା ମଣିଷକୁ ପସନ୍ଦ କରନ୍ତି।

 

Comments are closed.