Latest Odisha News

BREAKING NEWS

ଅମ୍ଳଜାନ ବିନା କେବଳ ଏହି ଜୀବ ବଂଚିପାରେ

ନୂଆଦିଲ୍ଲୀ: ଧରାପୃଷ୍ଠରେ ଅମ୍ଳଜାନ ବିନା ବଂଚିବା ପ୍ରାୟତଃ ଅସମ୍ଭବ ମନେ କରାଯାଇଥାଏ । ବୈଜ୍ଞାନିକମାନେ ଦୀର୍ଘ ଦିନର ଗବେଷଣା ପରେ ଏପରି ଏକ ଜୀବକୁ ଖୋଜି ବାହାର କରିଛନ୍ତି ଯାହାକି ଅମ୍ଳଜାନ ବିନା ବଂଚିପାରେ । ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଜୀବର ନାମ ହେନଗୁୟା ସାଲାମିନିକୋଲା । ଏହି ୮ ମିଲିମିଟର ଧଳା ରଙ୍ଗର ପରଜୀବୀ ମାଂସକୁ ସଂକ୍ରମିତ କରି ବଂଚିଥାଏ । ଜେଲୀଫିଶ ଆକୃତିର ଏହି ପରୀଜୀବ ଯାହା ଶରୀରରେ ରହିଥାଏ ତାଠାରୁ ଉର୍ଜା ସଂଗ୍ରହ କରି ବଂଚେ । ବଂଚି ରହିବା ଶ୍ୱାସକ୍ରିୟାରେ ଆବଶ୍ୟକତା ନ ଥାଏ ତାହା ଏହି ଜୀବ ପ୍ରମାଣ କରିଛି । ଏହା ମିଠା ଓ ଲୁଣି ପରିବେଶରେ ବଂଚି ରହିଥାଏ । ରିପୋର୍ଟ ଅନୁସାରେ ଏହା ଅବଶ୍ୟ ମଣିଷର କିଛି କ୍ଷତି କରେନି ।

ତେବେ ପୃଥିବୀ ବାହାରେ ଏହି ଜୀବ ବଂଚିରହିବ କି ନାହିଁ ତାହା ପ୍ରମାଣ କରିବା ପାଇଁ ବୈଜ୍ଞାନିମାନେ ଗବେଷଣା ଜାରୀ ରଖିଥିଲେ । ପ୍ରାରମ୍ଭିକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଏହି ପରଜୀବୀ ଯେ କୌଣସି ମାଧ୍ୟମରେ ଉର୍ଜା ଏବଂ ଅମ୍ଳଜାନ ସଂଗ୍ରହ କରୁଛି । ଚନ୍ଦ୍ର ଏବଂ ଅନ୍ୟ ସ୍ଥାନରେ ଜୀବନ ସନ୍ଧାନ କରୁଥିବା ସ୍ଥାନରେ ଅମ୍ଳଜାନ ବିନା ଏହା ବଂଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ପରଜୀବୀ ବଂଚିରହିବା ପାଇଁ ଅନ୍ୟ ଶରୀର କେଉଁଠାରେ ଆଣିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.