ଭୁବନେଶ୍ବର: ଘର ଅଗଣାରେ ଗଛ ଥିଲେ ପରିବେଶ ସୁନ୍ଦର ଦିଶେ । ଏଥିସହ ଘରେ ସକାରାତ୍ମକ ଉର୍ଜା ଆସିଥାଏ । କିନ୍ତୁ ଏପରି କିଛି ଗଛ ଅଛି ବାସ୍ତୁ ଅନୁସାରେ ଏହା ଘର ଅଗଣାରେ ରହିଲେ ଅଶୁଭ ମନେ କରାଯାଏ ।
-ବାସ୍ତୁଅନୁସାରେ ଖଜୁରି ଗଛ ଘର ଅଗଣାରେ ଥିଲେ ଦାରିଦ୍ରତା ମାଡି ଆସେ । ଘରର କାର୍ଯ୍ୟରେ ବାଧା ଆସେ । ନକାରାତ୍ମକ ଶକ୍ତି ବଢେ । ତେଣୁ ଖଜୁରୀ ଗଛକୁ ଜମିବାଡିରେ ଲଗାଇବା ଭଲ, ଘର ଅଗଣାରେ ଏହି ଗଛ ଲଗାନ୍ତୁ ନାହିଁ ।
-ଘରର ଅଗଣାରେ ତେନ୍ତୁଳି ଗଛ ଲଗାଇଲେ ପାରିବାରିକ ଅଶାନ୍ତି ହୁଏ । ଏହି ଗଛ ନକାରାତ୍ମକ ଉର୍ଜାର କେନ୍ଦ୍ର । ଏହି ଗଛ ଘର ବାହାରେ ଲଗାଇବା ଉଚିତ୍
-ବରଗଛ ଘରେ ଅଶାନ୍ତି ଆଣେ । ଆର୍ଥିକ ସମସ୍ୟା ସୃଷ୍ଟି ହୁଏ । ତେଣୁ ଘର ଅଗଣାରେ ବରଗଛ ଲଗାନ୍ତୁ ନାହିଁ ।
– ସେହିପରି ଅଶ୍ବତ୍ଥ ଗଛ ଘରର ଅଗଣାରେ ରହିଲେ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହାକୁ ଧାର୍ମିକ ସ୍ଥଳରେ ଓ ଘର ବାହାରେ ଲଗାନ୍ତୁ ।
Comments are closed.